ମାସିକ ୨୫ ହଜାରରେ ନିର୍ବସ୍ତ୍ର ହେଉଥିଲେ ଯୁବତୀ, ୱେବସାଇଟରେ ଏପରି ହେଉଥିଲା ମିନିଟରେ ରୋଜଗାର

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ପୁଲିସ ଏକ ଅଶ୍ଲୀଳ ଭିଡିଓ ଚାଟିଂ ରାକେଟର ପର୍ଦାଫାଶ କରିଛି। ଏହି ଗିରୋହ ଏକ ବିଦେଶୀ ପର୍ଣ୍ଣ ଓ୍ୱେବସାଇଟ ମାଧ୍ୟମରେ ଯୁବତୀମାନଙ୍କୁ ନିର୍ବସ୍ତ୍ର କରାଇ ଗ୍ରାହକଙ୍କ ଠାରୁ ମିନିଟ ପିଛା ଟଙ୍କା ଆଦାୟ କରୁଥିଲା। ପୋଲିସ ଏକ ଦମ୍ପତି ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁମାନେ ନିଜକୁ ମୋହିତ କୁମାର, ଶିବାନୀ ଓ ଖୁସି ଗୌତମ ବୋଲି ଚିହ୍ନିଛନ୍ତି। ଏହି ଘଟଣାରେ ମୁଖ୍ୟ ସରଗନା ଅନୁଜ ତ୍ୟାଗୀ ଓ ରାଜ ସମେତ ତିନି ଅଭିଯୁକ୍ତ ଫେରାର ଅଛନ୍ତି।

କିପରି ଚାଲୁଥିଲା ରାକେଟ?
ସାଇବର କ୍ରାଇମ ଥାନା ପୋଲିସକୁ ସୂଚନା ମିଳିଥିଲା ଯେ ବଜରିଆ ଅଞ୍ଚଳରେ ଥିବା ମହାଦେବ ହୋଟେଲରେ ଏକ ଅଶ୍ଲୀଳ ରାକେଟ ଚାଲୁଛି। ପୁଲିସ ଛାପା ମାରି ହୋଟେଲରୁ ମୋହିତ କୁମାର ଓ ଦୁଇ ଯୁବତୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ stripchat.com ନାମକ ଏକ ଓ୍ୱେବସାଇଟ ମାଧ୍ୟମରେ ନିର୍ବସ୍ତ୍ର ହୋଇ ଗ୍ରାହକଙ୍କ ସହ ଅଶ୍ଲୀଳ ଭିଡିଓ ଚାଟିଂ କରୁଥିଲେ। ଗ୍ରାହକମାନେ ଏହି ଲାଇଭ ଷ୍ଟ୍ରିମିଂ ଦେଖିବା ପାଇଁ ମିନିଟ ପିଛା ପ୍ରାୟ ୧୦୦ ଟଙ୍କା ଦେଉଥିଲେ। ଯୁବତୀମାନଙ୍କୁ ଏହି କାମ ପାଇଁ ମାସିକ ୨୦ ରୁ ୨୫ ହଜାର ଟଙ୍କା ଦରମା ଦିଆଯାଉଥିଲା।

କ’ଣ ବରାମଦ ହେଲା?
ପୋଲିସ ହୋଟେଲ କମରାରୁ ଦୁଇଟି ଲାପଟପ, ଦୁଇଟି ମୋବାଇଲ, ଦୁଇଟି ସେକ୍ସ ଭାଇବ୍ରେଟର, ମାସ୍କ, ଓ୍ୱେବକ୍ୟାମ ଓ ଅନ୍ୟାନ୍ୟ ଇଲେକଟ୍ରୋନିକ ଉପକରଣ ଜବତ କରିଛି। ଅଭିଯୁକ୍ତମାନେ ନିଜକୁ ଦମ୍ପତି ବୋଲି ଦର୍ଶାଇ ହୋଟେଲରେ ରୁମ ଭଡ଼ା ନେଇଥିଲେ। ଏହି ରାକେଟ ଗତ ଏକ ମାସ ଧରି ଚାଲୁଥିବା ପୋଲିସ ସୂଚନା ଦେଇଛି।