fbpx

କନ୍ଧମାଳ ଗସ୍ତରେ ପୋଲିସ ଡିଜି ଅଭୟ

କନ୍ଧମାଳ,୨୩ ।୭(ଓଡିଶା ଭାସ୍କର): ଏନକାଉଣ୍ଟରେ ୨ ମାଓବାଦୀ ନିହତ ହେବା ପରେ ଆଜି କନ୍ଧମାଳ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ମାଓ ଅପରେସନ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏନେଇ ବୈଠକ ମଧ୍ୟ ହୋଇଛି । ମୃତ ମାଓବାଦୀଙ୍କଠାରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ବୁଲି ଦେଖିଛନ୍ତି ଡିଜି ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି କନ୍ଧମାଳ ତୁମୁଡିବନ୍ଧ ନିକଟରେ ହୋଇଥିଲା କମ୍ବିଂ ଅପରେସନ । ଏପସିଙ୍କ ନେତୃତ୍ୱରେ ଡିଭିଏଫ ଓ ଏସଠଜି ଏହି କମ୍ବିଂ ଅପରେସନ ଚଳାଇଥିଲେ । ପୋଲିସର ଏନକାଉଣ୍ଟରରେ ୨ ମାଓବାଦୀ ନିହତ ହୋଇଥିଲେ । ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ଥିଲେ । ମାଓବାଦୀଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଥିଲା ।

Get real time updates directly on you device, subscribe now.