fbpx

ପୋଲିସ ଡିଜିପିଙ୍କ ବୈଠକ, ନିରପେକ୍ଷ ନିର୍ବାଚନକୁ ନେଇ ଆଲୋଚନା

କଟକ: ନୂଆ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଅରୁଣ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । ଏହି ବୈଠକରେ ଅପରାଧ ମୁକ୍ତ ସମାଜ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା ହୋଇଛି । ‘ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ହେଉଛି ପୋଲିସର ମୁଖ୍ୟ କର୍ତ୍ତବ୍ୟ’ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ପୋଲିସ ଏନଫୋର୍ସମେଣ୍ଟକୁ ବୃଦ୍ଧି କରାଯିବା, ୱାରେଣ୍ଟ ଥିବା ଅପରାଧିଙ୍କୁ ଧରିବା ସହ ମାଦକ ଦ୍ରବ୍ୟ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ୫ ଦିନ ଭିତରେ ୩୦ଟି ଜିଲ୍ଲାର ପାଖାପାଖି ୩ ହଜାର ୱାରେଣ୍ଟକୁ କାର୍ଯ୍ୟକାରୀ କରାଯାଇଛି ।

ଗତ ବର୍ଷ ଡିସେମ୍ବର ୩୧ରେ ପୋଲିସ ଡିଜିପି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବା ପରେ ଅରୁଣ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ ଅରୁଣ ଷଡ଼ଙ୍ଗୀ । BPSPA ନିର୍ଦ୍ଦେଶକ ସହ ଡିଜିପି ଦାୟିତ୍ୱ ତୁଲାଉଛନ୍ତି ଅରୁଣ ଷଡ଼ଙ୍ଗୀ ।

Get real time updates directly on you device, subscribe now.