fbpx

(Video) ଚିତାବାଘକୁ ଧରିବାକୁ ଯାଇ ନାକେଦମ ହେଲା ପୋଲିସ , ଆହତ ହେଲେ ଦୁଇ ବନ କର୍ମଚାରୀ, ଭାଇରାଲ ହେଉଛି ଭିଡିଓ…   

ଚିତାବାଘକୁ ଧରିବାକୁ ଯାଇ ଆହତ ହେଲେ ପୋଲିସ ଅଫିସର ଏବଂ ବନ ବିଭାଗ ଅଧିକାରୀ ।  ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣା ପାନିପତର ବେହରାମପୁର ଗ୍ରାମରେ । ଯେଉଁଠାରେ ଚିତାବାଘକୁ ଧରିବାକୁ ଯାଇ ଆହତ ହୋଇଛନ୍ତି ପୋଲିସ ଏସଏଚଓ ଏବଂ ଦୁଇ ବନ ବିଭାଗ ଅଧିକାରୀ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ପାନିପତ୍ ପୋଲିସ ସୁପରିଟେଣ୍ଡେଣ୍ଟ ଶଶାଙ୍କ କୁମାର ସାୱନ ଟ୍ୱିଟରରେ ଶେୟାର କରିଛନ୍ତି ।

ଶନିବାର ଉଦ୍ଧାରକାରୀ ଦଳ ଯେତେବେଳେ ବାଘଟିକୁ ଧରିବାକୁ ଚେଷ୍ଟା କରୁଥିଲେ ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଭିଡିଓରେ ଦେଖାଯାଉଛି ଯେ ଚିତାବାଘଟି ବନ କର୍ମଚାରୀଙ୍କୁ ଆକ୍ରମଣ କରୁଛି ସଙ୍ଗେ ସଙ୍ଗେ ଆଉ ଜଣେ ବନ ବିଭାଗ କର୍ମଚାରୀ ତାଙ୍କୁ ବାଘ ହାବୁଡ଼ରୁ ବଞ୍ଚାଇବାକୁ ଗଲାବେଳେ ବାଘଟି ତାଙ୍କୁ ମଧ୍ୟ ଆକ୍ରମଣ କରୁଛି । ଏହି ସମୟରେ ଅନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ଯଥାସମ୍ଭବ ସେମାନଙ୍କୁ ଚିତାବାଘ କବଳରୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

ତେବେ ଶେଷରେ ବନ ବିଭାଗ ଚିତାବାଘଟିକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା । ପୋଲିସ ସୁପରିଟେଣ୍ଡେଣ୍ଟ ଶଶାଙ୍କ କୁମାର ସାୱନ ଟ୍ୱିଟ କରି ଆହତ ହୋଇଥିବା ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ନେଇ ସୂଚନା ଦେଇଥିଲେ । ତେବେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.