fbpx

ସାଧା ପୋଷାକରେ ଅଭିଯୁକ୍ତକୁ ଧରିବାକୁ ଯାଇ ଛେଚା ଖାଇଲା ପୋଲିସ୍‌, ଦଳିତ ଲୋକର ହାତକୁ ହାଣି ଦୀର୍ଘଦିନ ହେଲା ଫେରାର ଥିଲା

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): ଗୋବିନ୍ଦପୁର ଥାନା ଅଧିନସ୍ଥ ବ୍ରାହ୍ମଣବାଟି ଗ୍ରାମରେ ବାଲିପାଟଣା ଥାନା ଅନ୍ତର୍ଗତ ଚାରିପୀଡ଼ା ଗ୍ରାମର ନବଘନ ପାତ୍ର ଏକ ଦଳିତ ଲୋକର ହାତକୁ ହାଣିଦେଇ ଦୀର୍ଘଦିନ ହେଲା ଫେରାର୍‌ ଥିଲା । ବାଲିପାଟଣା ଥାନା ଆଇଆଇସି କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣ ବାଟିରେ ଥିବା ତାଙ୍କ ବନ୍ଧୁ ଘରେ ସାଧା ପୋଷାକରେ ଆସି ପହଞ୍ଚିଥିଲେ । ମାତ୍ର ଅଭିଯୁକ୍ତଙ୍କୁ ଗିରଫ ସମୟରେ ମାତ୍ର କେତେକ ଲୋକ ଏକାଠି ହୋଇ ପୋଲିସ୍‌ ଗାଡ଼ି ଭାଙ୍ଗିବା ସହିତ ଆକ୍ରମଣ ମଧ୍ୟ କରିଥିଲେ । ତେବେ ଗୋବିନ୍ଦପୁର ପୋଲିସ୍‌ ସହାୟତାରେ ଆସାମୀକୁ ଗିରଫ କରିବା ସହିତ ବାଲିପାଟଣା ପୋଲିସ୍‌କୁ ଉଦ୍ଧାର କରିବା ସଫଳ ହୋଇଥିଲେ । ଏହି ଘଟଣାକୁ ନେଇ ବ୍ରାହ୍ମଣବାଟିରେ ଉତ୍ତେଜନା ଲାଗିରହିଥିବା ବେଳେ ବାଲିପାଟଣା ପୋଲିସ୍‌ ଗୋବିନ୍ଦପୁର ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ବାଲିପାଟଣା ଆଇଆଇସି କହିଛନ୍ତି ଏବଂ ପୋଲିସ୍‌ ସାଧା ପୋଷାକରେ ଯିବାକୁ ଖଣ୍ଡନ କରିବା ସହ ଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପୋଲିସ୍‌ ପିସିଆର୍‌ ଗାଡ଼ି ସହ ପୋଷାକରେ ଥିବା କଥା କହିଛନ୍ତି ।

Get real time updates directly on you device, subscribe now.