fbpx

କୋଲକାତା ଷ୍ଟାଡିୟମ ବାହାରେ ପୋଲିସର ଲାଠିଚାର୍ଜ: ଫୁଟବଲ୍ ପ୍ରେମୀଙ୍କ ସହ ମୁହାଁମୁହିଁ

କୋଲକାତା: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ମାମଲା ପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାଭିତରେ ଆୁ ଏକ ମାମଲା ଏବେ ମୁଣ୍ଡ ଟେକିଛି । କୋଲକାତା ଷ୍ଟାଡିୟମ ସାମନାରେ ପୋଲିସ ଏବଂ ଫୁଟବଲ ପ୍ରେମୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟ ପରିସ୍ଥିତି ଖରାପ ହେବା ପରେ ପୋଲିସ ଘଟଣାସ୍ଥଳରେ ଲାଠିଚାର୍ଜ କରିଥିବା ଦେଖିବାକୁ ମିଳିଛି । ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯିବା ପରେ ଷ୍ଟାଡିୟମ ବାହାରେ ଏପରି ଅପ୍ରୀତିଜନକ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ମୋହନ୍ ବାଗାନ୍ ଏବଂ ଇଷ୍ଟ ବେଙ୍ଗଲ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ରଦ୍ଦ କରାଯାଇଛି । କୋଲକାତାର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ତେବେ ଫୁଟବଲ ମ୍ୟାଚ୍ ରଦ୍ଦ କରିବା ପାଇଁ ନିଷ୍ପତ୍ତି ପରେ ଷ୍ଟାଡିୟମ ବାହାରେ ହଙ୍ଗାମା ସୃଷ୍ଟି ହୋଇଛି । କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ମ୍ୟାଚ୍ ବର୍ତ୍ତମାନ ରଦ୍ଦ କରାଯାଇଛି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସ ଲାଠିଚାର୍ଜ ଆରମ୍ଭ କରିଛି । ସୁରକ୍ଷାକର୍ମୀ ଏବଂ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଉତ୍ତେଜନା ପରେ ଷ୍ଟାଡିୟମ ବାହାରେ ଲାଠିଚାର୍ଜ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.