fbpx

ଲକଡାଉନ ବେଳେ ବିନା କାମରେ ବାହାରେ ବୁଲୁଛନ୍ତି କି, ତେବେ ଏହି ଭିଡିଓ ଉପରେ ଥରେ ନଜର ପକାନ୍ତୁ

ଭୋପାଳ,୨୫ ।୪ (ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି । ପ୍ରତିଦିନ ନୁଆ ନୁଆ ରେକର୍ଡ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେହି ଯାଆସ କରିପାରିବେନି ବୋଲି କହିଛନ୍ତି । ହେଲେ କିଛି ଅମାନିଆ ଏହାକୁ ମାନିବାକୁ ନାରାଜ୍ । ତେଣୁ ସରକାରଙ୍କ ତରଫରୁ ବାହାରକୁ ନ ବାହାରିବାକୁ କହିଲା ପରେ ମଧ୍ୟ କିଛି ଲୋକ ବିନା କାମରେ ଗାଡି ଧରି ନାନା ପ୍ରକାରର ବାହାନା କରି ବୁଲୁଛନ୍ତି । ହେଲେ ଏହା ମଧ୍ୟରେ ଗୋଟିଏ ଭିଡିଓ ଭାଇରାଲ୍ ହୋଇଛି । ଯାହାକୁ ଦେଖିଲେ କିଛି ଅମାନିଆ ବାହାରକୁ ଗୋଡ କାଢ଼ିବାକୁ ସାହାସ କରିବେନି ।

 

ସୁଚନା ଯେ, କରୋନା ପାଇଁ ମଧ୍ୟପ୍ରଦେଶର କିଛି ସହରରେ ଲକଡାଉନ୍ ଏବଂ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସମୟରେ ପୋଲିସ୍ ମାନେ ବିଭିନ୍ନ ଛକରେ ଅମାନିଆଙ୍କୁ ଜଗିବା ପାଇଁ ପାଟ୍ରୋଲିଂ କରୁଛନ୍ତି । କଡା ଚେକିଂ କରୁଛନ୍ତି । ଜରୁରୀକାଳୀନ ସେବାରେ ନିୟୋଜିତ ଲୋକମାନଙ୍କୁ ଯିବାକୁ ଦେଉଥିବା ବେଳେ ବାକି ଲୋକଙ୍କୁ ବିନା କାରଣରେ ବାହାରକୁ ବାହାରିବା କାରଣରୁ ରୋଡ ମଝିରେ ସାବାଡ କରୁଛି ।

ତେବେ ଏହି ସାବାଡ କରିବା ବେଳର ଗୋଟିଏ ଭିଡିଓ ଏବେ ଭାଇରାଲ୍ ହେଉଛି । ସେଥିରେ ପୋଲିସ୍ କିଛି ଯୁବକଙ୍କୁ ରାସ୍ତା ମଝିରେ ଉଠ୍ ବସ୍ କରିଛି । ଏଥିସହିତ ନାନା ପ୍ରକାରର ଦଣ୍ଡ ଦେଇଛି । ଯାହାକୁ ଦେଖିଲେ ଆଉ କେହି ଅମାନିଆ ବାହାରକୁ ବାହାରିବା କଥା ମନକୁ ବି ଆଣିବେନି ।

Get real time updates directly on you device, subscribe now.