fbpx

ଅମୃତପାଲ ସିଂଙ୍କୁ ଏନକାଣ୍ଟର କରିପାରେ ପୋଲିସ…. ‘ୱାରିସ୍ ପଞ୍ଜାବ ଦେ’ ର ଓକିଲ ଦାବି

ଚଣ୍ଡିଗଡ଼ : ‘ୱାରିସ୍ ପଞ୍ଜାବ ଦେ’ ର ଆଇନ ପରାମର୍ଶଦାତା ଇମାନ ସିଂ ଖରା ଦାବି କରିଛନ୍ତି ଯେ ଖଲିସ୍ତାନ ସମର୍ଥକ ପଳାତକ ଘୋଷିତ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଶାହାକୋଟରୁ ଗିରଫ କରିଛି। କିନ୍ତୁ ପୋଲିସ ଏହାକୁ ଅସ୍ୱୀକାର କରି କହିଛି ଯେ ସେମାନେ ଅମୃତପାଲ ସିଂଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି। ଖରା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ହାବିଆସ୍ କର୍ପସ୍ ରାଇଟ୍ ଦାଖଲ କରିଥିଲେ। ଆଡଭୋକେଟ ଇମାନ ସିଂ ଖରା କହିଛନ୍ତି ଯେ ଅମୃତପାଲ ସିଂଙ୍କ ଜୀବନ ବିପଦରେ ଅଛି ଏବଂ ତାଙ୍କୁ ଶାହକୋଟ ପୋଲିସ ଷ୍ଟେସନରେ ରଖାଯାଇଛି। ଖାରା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅମୃତପାଲ ସିଂଙ୍କୁ ‘ନକଲି’ ଏନକାଉଣ୍ଟରରେ ହତ୍ୟା କରିବାକୁ ପୋଲିସ ଚାହୁଁଛି।

‘ୱାରିସ୍ ପଞ୍ଜାବ ଦେ’ ର ଓକିଲ ଖରା କହିଛନ୍ତି ଯେ ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମାଜିଷ୍ଟ୍ରେଟଙ୍କ ଆଗରେ ପୋଲିସ ଅମୃତପାଲ ସିଂଙ୍କୁ ହାଜର କରିନାହିଁ। ପୋଲିସର ଉଦ୍ଦେଶ୍ୟ ମନ୍ଦ ରହିଛି । ଡଭୋକେଟ୍ ଖାରା ଅଭିଯୋଗ କରିଛନ୍ତି ଯେ ପୋଲିସ ଅମୃତପାଲଙ୍କୁ ଏକ ‘ନକଲି ଏନକାଉଣ୍ଟର’ ରେ ହତ୍ୟା କରିପାରେ କିମ୍ବା ତାଙ୍କୁ ଗିରଫ ନକରି ଦର୍ଶାଇ ମିଥ୍ୟା ମାମଲାରେ ଜଡିତ କରିପାରେ। ଖରା ଏହା ମଧ୍ୟ କହିଛନ୍ତି ଯେ ଅମୃତପାଲ ସିଂଙ୍କ ମାମଲାରେ ସରକାରୀ ମିସାଇଭ ଯୋଗାଇବା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଏନ୍.ଏସ୍ ଶେଖୱାଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏହି ଶୁଣାଣି କରିଛନ୍ତି। ଏକ ଘଣ୍ଟାରୁ ଅଧିକ ବିତର୍କ ପରେ ସେ ପଞ୍ଜାବ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍ ଏନ୍.ଏସ୍ ଶେଖୱାଟ ଅମୃତପାଲ ସିଂଙ୍କ ମାମଲାରେ ସରକାରୀ ମିସାଇଭ୍ ଯୋଗାଇବା ପାଇଁ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ପୋଲିସ କହିଛି ଯେ ଅମୃତପାଲ ସିଂ ଏବେ ସୁଦ୍ଧା ଫେରାର ଅଛି । ରାଜ୍ୟରେ ଶାନ୍ତିଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ରବିବାର ଦିନ ପୋଲିସ ଆଉ ୩୪ ଜଣଙ୍କୁ ଗିରଫ କରି ସମୁଦାୟ ଗିରଫ ସଂଖ୍ୟା ୧୧୨ କୁ ବୃଦ୍ଧି ହୋଇଛି । ଏହାପୂର୍ବରୁ ଅମୃତପାଲ ସିଂଙ୍କ ପିତା ତାରସେମ ସିଂ ମଧ୍ୟ ଦାବି କରିଥିଲେ ଯେ ‘ୱାରିସ୍ ପଞ୍ଜାବ ଦେ’ ର ମୁଖ୍ୟଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ତାଙ୍କ ପଳାତକ ବିଷୟରେ ପୋଲିସ ମିଛ କହୁଛି।

Get real time updates directly on you device, subscribe now.