4 ଟନ୍ ବିସ୍ଫୋରକ ଲୁଟ୍ ଘଟଣା, 3 ଦିନ ପରେ ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରୁ ଜବତ
ମିଳିଲା ଲୁଟ ହୋଇଥିବା ବିସ୍ଫୋରକ । ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଟ୍ରକ ଭର୍ତ୍ତି 4 ଟନ୍ ବିସ୍ଫୋରକକୁ ବନ୍ଧୁକ ମୁନରେ ଲୁଟିନେଇଥିଲେ 40 ଅଧିକ ମାଓବାଦୀ ।
ସୁନ୍ଦରଗଡ଼: ବାଙ୍କୋ ଅଞ୍ଚଳରୁ ମାଏବାଦୀ 4 ଟନ୍ ବିସ୍ଫୋରକ ଲୁଟ ଘଟଣାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମିଳିଲା ଲୁଟ ହୋଇଥିବା ବିସ୍ଫୋରକ । ଲୁଟ୍ ବିସ୍ଫୋରକରୁ 70% ଅଧିକ ମିଳିଛି । ଝାଡ଼ଖଣ୍ଡ ସୀମାନ୍ତ ସିଂହଭୂମ ତିରିଲପୋଷରୁ ମିଳିଲା ବିସ୍ଫୋରକ ।
ଏପଟେ ସରଣ୍ଡା ଜଙ୍ଗଲରେ ଏବେ ବି ଚାଲିଛି ଅପରେସନ । ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଜାରି ରହିଛି ଗୁଳୁବିନିମୟ । ତେବେ ଏହି ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ତେବେ କେତେ ପରିମାଣର ବିସ୍ଫୋରକ ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।
ପ୍ରକାଶଥାଉକି, ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଟ୍ରକ ଭର୍ତ୍ତି 4 ଟନ୍ ବିସ୍ଫୋରକକୁ 3 ଦିନ ତଳେ ବନ୍ଧୁକ ମୁନରେ ଲୁଟିନେଇଥିଲେ 40 ଅଧିକ ମାଓବାଦୀ ।