fbpx

ଅପମିଶ୍ରଣ ଓ ନକଲି ପ୍ରଡକ୍ଟ ଉତ୍ପାଦନ: ସିଲ୍ ହେଲା କଟକର ଏକ ସିମେଣ୍ଟ କାରଖାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟରେ ଭେଜାଲ ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଛି । ଏନେଇ କଟକ ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନାକୁ ସିଲ୍ କରି ଦିଆଯାଇଛି । ଉକ୍ତ କାରଖାନାରେ ଅପମିଶ୍ରଣ ଓ ନକଲି ସାମଗ୍ରୀ ଉତ୍ପାଦନ କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏହା ପରେ ଆଜି ପୋଲିସ କାରଖାନାକୁ ସିଲ୍ କରିଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ମାସରେ ପାତ୍ରପଡ଼ା ଭଗବାନପୁରଠାରେ ମଧ୍ୟ ଏକ ନକଲି ସିମେଣ୍ଟ ପେଣ୍ଟ କାରଖାନା ଉପରେ ଚଢ଼ାଉ କରାଯାଇ ସିଲ୍ କରାଯାଇଥିଲା । ଉକ୍ତ କମ୍ପାନୀର ସିମେଣ୍ଟ ପେଣ୍ଟ ତିଆରି କରିବାର ଟ୍ରେଡ୍ ଲାଇସେନ୍ସ ରହିଥିବା ବେଳେ ସେ ଅନ୍ୟ କମ୍ପାନୀର ଲୋଗୋ ଓ ନାମ ବ୍ୟବହାର କରି ବେଆଇନ ଭାବେ ପେଣ୍ଟ ତିଆରି ଓ ବିକ୍ରି କରୁଥିଲା । ସେହିପରି ଗତ ବର୍ଷ ଜାନୁଆରୀ ମାସରେ ଏକ କାରଖାନାରେ ନକଲି ସିମେଣ୍ଟ, ରଙ୍ଗ, ପନିର, ସସ୍, ସ୍କ୍ୱାସ୍, ଘିଅ, ତେଲ, ସୋୟାବିନ, ହଳଦୀ, ଜରଦା, ଅତର, ଗଙ୍ଗାଜଳ, ଲଙ୍କାଗୁଣ୍ଡ ଆଦି ପ୍ରସ୍ତୁତ କରାଯାଉଥିଲା ।

Get real time updates directly on you device, subscribe now.