fbpx

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଣ୍ଟାଯାଉଥିଲା ସିଙ୍ଗଡା ଓ ଜିଲାପି

ଉତ୍ତରପ୍ରଦେଶ, ୧୧ା୪(ଓଡିଶା ଭାସ୍କର) : ବର୍ତ୍ତମାନ ଅନେକ ରାଜ୍ୟରେ ନିର୍ବାଚନ ଜାରି ରହିଛି । ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଭୋଟର୍ ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ପ୍ରସାର ଜୋରଦାର କରୁଛନ୍ତି । ହେଲେ ଏହା ଭିତରେ ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ କଲାପରି କଥା ଖବର ଦେଖିବାକୁ ମିଳିଛି । ଅନ୍ୟ ରାଜ୍ୟ ସହ ଉତ୍ତରପ୍ରଦେଶରେ ଏବେ ପଞ୍ଚାୟତ ନିର୍ବାଚନ ଚାଲିଛି । ସେଠାରେ ଜଣେ ପ୍ରାର୍ଥୀ ଜିତିବା ପାଇଁ ଅଜବ ପନ୍ଥା ଆପଣାଇଛନ୍ତି । ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ । ଶନିବାର ଉନ୍ନାଓ ପୋଲିସ୍ ଭୋଟର୍ ଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି ହୋଇଥିବା ୨ କୁଇଣ୍ଟାଲ୍ ଜିଲାପି ଏବଂ ୧୦୦୦ରୁ ଅଧିକ ସିଙ୍ଗଡା ଜବତ କରିଛି । ଏହି ମାମଲାରେ ପୋଲିସ୍ ପାଖାପାଖି ୧୦ ଜଣଙ୍କୁ ଗିରଫ କରିଛି ।

ସୁଚନା ଯେ, ଉନ୍ନାଓର ହସନଗଞ୍ଜ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ମତଦାତାଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଆକୃଷ୍ଟ କରିବାକୁ ଯାଇ ଝିଲାପି ଏବଂ ସିଙ୍ଗଡା ତିଆରି କରୁଥିଲେ । ଏହାର ଖବର ପୋଲିସ୍ କାନରେ ପଡିଯାଇଥିଲା । ପୋଲିସ୍ ସେଠାରେ ପହଞ୍ଚି ଝିଲାପି ସିଙ୍ଗଡା ବାଣ୍ଟୁଥିବା କିଛି ଲୋକଙ୍କୁ ଧରିଛି । ସେଠାରୁ ପ୍ରାୟ ୧୦ ଜଣଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରିଛି ଏବଂ ବଣ୍ଟାଯାଉଥିବା ଝିଲାପି ଏବଂ ସିଙ୍ଗଡାକୁ ଜବତ କରିଛି ।

ସୁଚନାଯୋଗ୍ୟ , ଏହାପୁର୍ବରୁ ପୋଲିସ୍ ଉତ୍ତରପ୍ରଦେଶର ଅମରୋହା ଏବଂ ସମ୍ଭଲରୁ ରସଗୋଲା ଜବତ କରିଥିଲା । ଏହି ଦୁଇ ସ୍ଥାନରେ ମତଦାତାଙ୍କ ପାଇଁ ରସଗୋଲ ତିଆରି ହେବା ସହ ବଣ୍ଟାଯାଉଥିଲା । ତେବେ ଏହା କିଛି ନୁହେଁ ଏହାପୁର୍ବରୁ ମଧ୍ୟ ଅନେକ ଥର ଏହିପରି ଖବର ଦେଖିବାକୁ ମିଳିଛି । କେଉଁଠି ଟଙ୍କା ବଣ୍ଟାଯାଉଛି ତ କେଉଁଠି ମଦ ମଧ୍ୟ ଦିଆଯାଉଛି ।

Get real time updates directly on you device, subscribe now.