fbpx

ରାଜଧାନୀରେ ଚାଞ୍ଚଲ୍ୟ, ପୋଲିସ ସମେତ 2ଯୁବକଙ୍କୁ ଛୁରାମାଡ

ଭୁବନେଶ୍ବର(ଓଡିଶାଭାସ୍କର):  ରାଜଧାନୀରେ ଚାଞ୍ଚଲ୍ୟ । ପୋଲିସକୁ ଛୁରାମାଡ କଲେ ଦୁର୍ବୃତ୍ତ । ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଛୁରାମାଡ ହୋଇଥିବା ଜଣାପଡିଛି । ମଞ୍ଚେଶ୍ବର ଥାନା ଚକେଇସିଆଣି ଶ୍ରୀରାମନଗରରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଝିମିଟି ଖେଳକୁ ମହାଭାରତ ଭଳି ଘଟିଛି ଏହି ଘଟଣା ।

ସୂଚନା ଅନୁସାରେ, ଗାଡି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ଖବର ପାଇଥିଲା ପୋଲିସ । ଏହାପରେ ତଦନ୍ତ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିମାଡ କରିଥିବା ଜଣାପଡିଛି । ଛୁରାମାଡରେ ଜଣେ ପୋଲିସ କନଷ୍ଟେବଳ ଆହତ ହୋଇଥିବା ଜଣାପଡିଛି । ତେବେ ପୋଲିସ ସହିତ ଅନ୍ୟ2ଜଣଙ୍କୁ ମଧ୍ୟ ଛୁରାମାଡ ହୋଇଥିବା ସୂଚନା ରହିଛି । ତେବେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

Get real time updates directly on you device, subscribe now.