fbpx

Video: ଇଣ୍ଟରନେଟରେ ଧମାଲ କରୁଛି ପୋଲିସ ବାବୁଙ୍କ ଗୀତ; ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ନୂଆଦିଲ୍ଲୀ:ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ ଏବଂ ଇଣ୍ଟରନେଟ୍ ଏଭଳି ବ୍ୟକ୍ତିଙ୍କ ଦକ୍ଷତା ପ୍ରଦର୍ଶନ କରିବାକୁ ସହଜ କରିଛି । ସୋସିଆଲ ମିଡିଆ ଆଜି ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ସମସ୍ତେ ନିଜର ଦକ୍ଷତା ସମଗ୍ର ବିଶ୍ୱକୁ ଦେଖାଇ ପାରୁଛନ୍ତି । ଯେଉଁମାନଙ୍କର ପ୍ରକୃତରେ ପ୍ରତିଭା ଥାଏ ସେମାନଙ୍କୁ ସୋସିଆଲ ମିଡିଆ ୟୁଜର୍ସ ରାତାରାତି ଷ୍ଟାର୍ କରିଦିଅନ୍ତି । ଏହିପରି ଅନେକ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାକୁ ଅଧିକ ସମୟ ଲାଗି ନଥାଏ । ତେବେ ଜଣେ ପୋଲିସ କନଷ୍ଟେବଳଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ପୋଲିସ କନଷ୍ଟେବଳଙ୍କ ସ୍ୱର ବର୍ତ୍ତମାନ ସମସ୍ତଙ୍କୁ ପାଗଳ କରିଦେଇଛି । ସେ ଅରିଜିତ ସିଂଙ୍କ ‘ଦିଲ ସମ୍ଭଲ ଜା ଜରା’ ଗୀତ ବୋଲି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି ।

ପୁଣେ ପୋଲିସ କନଷ୍ଟେବଳଙ୍କ ଗୀତ ଭିଡିଓଟି ଅନେକଙ୍କ ହୃଦୟକୁ ସ୍ପର୍ଶ କରିଛି । ଏହି ଭିଡିଓରେ ପୁଣେ ପୋଲିସ କନଷ୍ଟେବଳ ସାଗର ଘୋରପେଡ ଏହି ଗୀତ ଗାଇ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ଘୋରପଡେ ମାଇକ୍ରୋଫୋନ୍ ସାମ୍ନାରେ ଠିଆ ହୋଇ ଏହି ଗୀତ ଗାଉଛନ୍ତି । ଭିଡିଓର କ୍ୟାପସନରେ ଲେଖା ଅଛି, “ଦିଲ ସମ୍ଭଲ ଜା ଜରା ….” । ଏହି ଭିଡିଓ ଡିସେମ୍ବର ୮ ରେ ପୋଷ୍ଟ କରାଯାଇଥିଲା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି । ଜଣେ ୟୁଜର ଲେଖିଛନ୍ତି, “ଏତେ ସୁନ୍ଦର ଭାଇ ।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ଅଦ୍ଭୁତ .. ସୁପର ସାର’ ।

ଘୋରପେଡ ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ଏହା ପ୍ରଥମ ଘଟଣା ନୁହେଁ । ଅତୀତରେ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ଭୁଜରୁ ସେ ଏକ ଦେଶପ୍ରେମୀ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ଏକ ମିନିଟରୁ ଅଧିକ ଲମ୍ବା ଭିଡିଓରେ ସେ “ଦେଶ ମେରେ’ ଗୀତ ଗାଇଥିବାର ନଜରକୁ ଆସିଥିଲେ । ଏହି ଭିଡିଓକୁ ପୁଣେ ସିଟି ପୋଲିସ ଟ୍ୱିଟରରେ ସେୟାର କରିଛି ।

Get real time updates directly on you device, subscribe now.