ଆରମ୍ଭ ହେଲା ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ ।

ନୂଆଦିଲ୍ଲୀ: ଆରମ୍ଭ ହେଲା ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଏହି ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ।

2047 ରୋଡ଼ମ୍ୟାପ୍ ନେଇ ବୈଠକରେ ହେବ ଆଲୋଚନା । ଏହାର ଲକ୍ଷ୍ୟ ହେଉଛି 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ।

ଚଳିତ ଥର ନୀତି ଆୟୋଗ ବୈଠକର ବିଷୟବସ୍ତୁ ରହିଛି –“2024 ମସିହାରେ ବିକଶିତ ରାଜ୍ୟମାନଙ୍କ ପାଇଁ ବିକଶିତ ଭାରତ” । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି ।