fbpx

ଜୀବନକୁ ବିପଦ ହେଲା, ‘ବାଇସେପ’ ସର୍ଜରୀ 

ସୁନ୍ଦର୍ ଶରୀର ପାଇଁ ଅନେକ ଜିମ୍ ଯାଆନ୍ତି । ଅନେକ ସୁଢୋଳ ଛାତି ଓ ବାହୁ ପାଇଁ ଅନେକ କସରତ ବି କରନ୍ତି , ତେବେ ବହୁତ୍ କମ୍ ନିଜ ଶରୀର କୁ ଆକର୍ଷକ ରୂପ ଦେବାପାଇଁ ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି। ଅନେକ ସମୟରେ ଏହା ସାଙ୍ଘାତିକ ବିପତ୍ତି ଡାକି ଆଣିବା ସହ, ଶରୀର କୁ କୁରୂପ କରି ପକାଇଥାଏ । ୯୦ ଦଶକରେ କାର୍ଟୁନ୍ ନେଟୱାର୍କ ରେ ଆପଣଙ୍କର ଏକ ଆଇକନିକ୍ ଚରିତ୍ର ‘ପୋପାଇ’ ଦେଖିଥାଇ ପାରନ୍ତି । ଯାହାର ପାହାଡ ପରି ବାଇସେପ୍ସ ଏବଂ ପାଳଙ୍ଗ ଶାଗ ପ୍ରତି ପ୍ରେମ ତାଙ୍କୁ ପିଲାଙ୍କ ଏକ ପ୍ରିୟ କାର୍ଟୁନ୍ ଚରିତ୍ର କରିଥିଲା ​​।

ଋଷ ଦେଶର ର “କିରିଲ୍ ଟେରେସିନ୍” ଏହି ଚରିତ୍ର ଦ୍ଵାରା ପ୍ରଭାବିତ ହୋଇ ପୋପାଇଙ୍କ ପରି ହେବାକୁ ଚାହୁଁଥିଲେ ଏବଂ ତାଙ୍କ ବାହୁରେ ପ୍ରାୟ ତିନି ଲିଟର ପେଟ୍ରୋଲିୟମ ଜେଲି ଇଞ୍ଜେକ୍ସନ ଦେଇ ବୃହତ୍ ବାଇସେପ୍ ହେବାର ସ୍ୱପ୍ନକୁ ପୂରଣ କରିଥିଲେ। ତାଙ୍କର ବଡ ବାହୁ ପ୍ରାୟ ତତକ୍ଷଣାତ୍ ତାଙ୍କୁ ସ୍ଥାନୀୟ ସେଲିବ୍ରିଟି ଏବଂ କିଛି ସମୟ ପାଇଁ ସୋସିଆଲ୍ ମିଡିଆରେ ଲୋକପ୍ରିୟ କରିଥିଲା  |

ହେଲେ ଦୁର୍ଭାଗ୍ୟବଶତ, ଭେସଲିନ୍ ପରି ଜେଲି ପଦାର୍ଥର ଉପସ୍ଥିତି ହେତୁ ତାଙ୍କ ବାହୁର ଅବସ୍ଥା ଖରାପ ହେବା ପରେ ଗତ କିଛି ବର୍ଷ ମଧ୍ୟରେ ତାଙ୍କର ‘ପୋପାଇ’ ହେବାର ସ୍ୱପ୍ନ ଭାଙ୍ଗି ଯାଇଥିଲା। ଟେରେସିନ୍ ବର୍ତ୍ତମାନ ଗୁରୁତର ହେବା ପରେ ତାଙ୍କ ବାହୁରୁ ଜେଲି ବାହାର କରିବା ପାଇଁ ଏକାଧିକ ଅସ୍ତ୍ରୋପଚାର କରିଛନ୍ତି। ତେବେ କରୋନା ପାଇଁ ତାଙ୍କ ସର୍ଜରୀ ବାଧା ପ୍ରାପ୍ତ ହୋଇଥିଲା , ହେଲେ ଏବେ ପୁଣି ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ଏହି ସର୍ଜରୀ ଏବେ ତାଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛି । ନିଜ ମୂର୍ଖାମୀ ପାଇଁ ଟେରେସିନ୍ ଅନୁତାପ କରୁଛନ୍ତି ଓ ଅନ୍ୟ ମାନଙ୍କୁ ଏପରି ମୂର୍ଖାମୀ ନକରିବା ପାଇଁ ପରାମର୍ଶ ବି ଦେଇଛନ୍ତି ।

Get real time updates directly on you device, subscribe now.