ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ ।
୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତି ଭିତ୍ତିକ ଜନଗଣନା ।
ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ୨୦୧୧ରେ ଶେଷଥର ପାଇଁ ଦେଶରେ ଜନଗଣନା ହୋଇଥିଲା ।
କିଛିଦିନ ପୂର୍ବେ କ୍ୟାବିନେଟ ନିଷ୍ପତ୍ତି କ୍ରମେ ଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ ।
ଦେଶରେ ଜାତିଗତ ଜନଗଣନା ପାଇଁ ବିରୋଧୀ କଂଗ୍ରେସ ବସୁବେଳେ ଦାବି କରି ଆସୁଥିଲା । ରିସର୍ଚ୍ଚ ରିପୋର୍ଟ ମୁତାବକ ଦେଶରେ ବର୍ତ୍ତମାନ ୧୪୦ କୋଟି ଲୋକ ବାସ କରୁଛନ୍ତି ।
ଯାହାଦ୍ୱାରା ବିଶ୍ୱରେ ସର୍ବାଧିକ ଜନବହୁଳ ରାଷ୍ଟ୍ର ସୂଚୀରେ ଭାରତ ଆଗରେ ରହିଛି । ଚାଇନାକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି ।