fbpx
BSKY SKY
BSKY SKY

‘ପରୀ’ ମାମଲାରେ ଅଭିଯୁକ୍ତ ନାବାଳକ: ପୋକସୋ କୋର୍ଟ

BSKY

ନୟାଗଡ,୫ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ ଯଦୁପୁରର ‘ପରୀ’ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପୋକସୋ କୋର୍ଟ । କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଦାଖଲ କରିଥିଲେ ଓକିଲ । ଅଭିଯୁକ୍ତ ସରୋଜ ସେଠୀର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ ହୋଇଥିଲା । ପ୍ରମାଣ ପାଇବା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି କୋର୍ଟ ।

ତେବେ କୋର୍ଟରେ ଅଭିଯୁକ୍ତର ମାଆ ଓ ଭଉଣୀଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିଲା । ଅଭିଯୁକ୍ତ ନାବାଳକ ହୋଇଥିବାରୁ ନାର୍କୋ ଟେଷ୍ଟ ଆବେଦନ ଖାରଜ ହୋଇଛି । ଏସଆଇଟିର ନାର୍କୋ ଆନାଲିସିସ୍ ଟେଷ୍ଟ ଅପିଲ ଖାରଜ କରିଛନ୍ତି କୋର୍ଟ । ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଯାଇଛି ।

Get real time updates directly on you device, subscribe now.