fbpx

୮ ରାଜ୍ୟରେ ୧୦ ଉପରେ ପଜିଟିଭିଟି ହାର: ଚେତାଇଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ହେଁ ଦ୍ୱିତୀୟ ଲହର ଏଯାଏଁ ସମାପ୍ତ ହୋଇନାହିଁ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଦେଶ କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୮ଟି ରାଜ୍ୟରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିବା ଚିନ୍ତାର କାରଣ ହୋଇଛି । ଏହି ୮ ରାଜ୍ୟରେ କରୋନା ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ରହିଥିବାରୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ସଚିବଙ୍କୁ ଚିଠି ଲେଖିଛନ୍ତି । ଅରୁଣାଚଳ ପ୍ରଦେଶ, ମଣିପୁର, କେରଳ, ଆସାମ, ମେଘାଳୟ, ତ୍ରିପୁରା,ଓଡିଶା ଓ ଆସାମର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଭୂଷଣ । କରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ନେବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଭୂଷଣ ।

ଅରୁଣାଚଳପ୍ରଦେଶରେ ପଜିଟିଭିଟି ହାର ସର୍ବାଧିକ ୧୯ ରହିଥିବା ବେଳେ ୨୫ ଜିଲ୍ଲାରେ ପଜିଟିଭିଟି ହାର ୧୦ ଉପରେ ରହିଛି । ବିଗତ ୪ ସପ୍ତାହ ମଧ୍ୟରେ ଏହି ରାଜ୍ୟରେ ସଂକ୍ରମଣ ହାର ୧୨ ପ୍ରତିଶତ ବଢିଥିବା ଜଣାପଡିଛି । ଆସାମରେ ୩୩ ମଧ୍ୟରୁ ୨୯ ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦୦ ଉପରେ ରହିଛି । ନର୍ଥଇଷ୍ଟ ରାଜ୍ୟର ସମୁଦାୟ ୬୦ଟି ଜିଲ୍ଳାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଅନ୍ୟାନ୍ୟ ପ୍ରାନ୍ତରେ ୪୬ଟି ଜିଲ୍ଲାରେ ସମାନ ପରସ୍ଥିତି ରହିଥିବା ଜଣାପଡିଛି ।

Get real time updates directly on you device, subscribe now.