fbpx

୭୨ ଘଣ୍ଟା ଭିତରେ ଓଡ଼ିଶା ପାଇଁ ବାତ୍ୟା ଆଲର୍ଟ: ଆସିପାରେ ଆଉ ଏକ ପ୍ରଳୟଙ୍କରୀ ବାତ୍ୟା

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଅପେକ୍ଷା କରିଛି ଆଉ ଏକ ପ୍ରଳୟଙ୍କରୀ ବାତ୍ୟା । ୧୯ ତାରିଖ ଅର୍ଥାତ୍ ଆଜିଠାରୁ ଆଗାମୀ ୭୨ ଘଣ୍ଟା ଭିତରେ ଏକ ବଡ଼ ବାତ୍ୟାର ସାମ୍ନା କରିପାରେ ଓଡ଼ିଶା । ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଉପକୂଳ ତଥା ଉପକୂଳ ଓଡ଼ିଶା ଉପରେ ଏହି ବାତ୍ୟାର ଆଶଙ୍କା ଦେଖାଦେଇଛି । ଆସନ୍ତା ୨୨ତାରିଖ ସୁଦ୍ଧା ଏହା ଭୀଷଣ ବ୍ୟତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଏହି ବାତ୍ୟା ସମୁଦ୍ର ପତନଠାରୁ ପ୍ରାୟ ୭.୬ କି.ମି ଦୂରରେ ଅବସ୍ଥିତ ରହିଛି । ତେଣୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ଏକ ଲଘୁଚାପ ସୃଷ୍ଟି କରିପାରେ ।

ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ କରି ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି । କିଛି ସହରରେ ଦକ୍ଷିଣ ପଶ୍ଚିମ ଦିଗରେ ପ୍ରାୟ ୧୦ ରୁ ୧୨ କି.ମି ବେଗରେ ପବନ ବହିବା ସହ ପ୍ରବଳ ଘଡଘଡି ବିଜୁଳି ଏବଂ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାବ୍ୟତୀତ ଆସନ୍ତା ୧୯ ତାରିଖରୁ ୨୨ ତାରିଖ ମଧ୍ୟରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ୨୦-୨୨ ତାରିଖ ମଧ୍ୟରେ ବାତ୍ୟା ଏକ ଲଘୁଚାପର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ତେବେ ବାତ୍ୟାର ପ୍ରଭାବକୁ ଦେଖିବାକୁ ଗଲେ, ଏହା ବେଙ୍ଗଲ ଉପକୂଳରୁ ଖୁବ ଦୂରରେ ରହିଛି । ତେଣୁ କୋଲକାତାରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ।

କିନ୍ତୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉପକୂଳ ଓଡ଼ିଶା ଉପରେ ଏହି ବାତ୍ୟାର ସମ୍ଭାବନା ଜାରି ରହିଛି । ନିମ୍ନ ଚାପରେ ପରିଣତ ହେବା ପରେ ଏହି ବାତ୍ୟାର ପ୍ରଭାବରେ ଓଡ଼ିଶା ସମେତ ତେଲେଙ୍ଗାନା ଏବଂ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ତେଣୁ ସମୁଦ୍ର ଭିତରକୁ ପ୍ରବେଶ କରିବା ପାଇଁ ମତ୍ସ୍ୟଜୀବୀଙ୍କୁ ମନା କରାଯିବା ସହିତ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.