Ignou କିମ୍ବା ଅନ୍ୟ ଓପନ ୟୁନିଭରସିଟିରୁ ପୋଷ୍ଟ ଗ୍ରାଜୁଏଟ କୋର୍ସ କରୁଛନ୍ତି କି, ଅବୈଧ ହେଇପାରେ ଆପଣଙ୍କ ସାର୍ଟିଫିକେଟ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଏବେ ଅଧିକାଂଶ ପିଲା ମାନେ ଚାକିରୀ ସହିତ ପାଠ ପଢ଼ା ଜାରି ରଖୁଛନ୍ତି । ତେବେ ଗୋଟିଏ ପଟେ ଚାକିରୀ ଆଉ ଗୋଟିଏ ପଟେ ପାଠପଢ଼ା କୁ ସମ୍ଭାଳିବା ମଧ୍ୟ ବହୁ କଷ୍ଟ କର । ଯାହା ପାଇଁ ବହୁ ପିଲା ଓପନ ୟୁନିଭରସିଟି ରେ ନାମ ଲେଖାଇବାକୁ ପସନ୍ଦ କରୁଛନ୍ତି ।

କିନ୍ତୁ ଆପଣ ଜାଣନ୍ତି ନିକଟରେ ଓପନ ୟୁନିଭରସିଟି ଏହାକୁ ନେଇ ଏକ ଶୁଣାଣି କରିଛି । ଏଥିରେ ଓପନ ୟୁନିଭରସିଟିରୁ ଯଦି ଆପଣ ପୋଷ୍ଟ ଗ୍ରାଜୁଏଟ କୋର୍ସ କରୁଛନ୍ତି ତାହାକୁ ଅବୈଧ ବୋଲି କୁହାଯାଇଛି । ତେବେ ଏହା ସବୁ କ୍ଷେତ୍ରରେ ପାଇଁ ନୁହେଁ ବରଂ ସେହି ମାନଙ୍କ ପାଇଁ ଯେଉଁମାନେ କୌଣସି କଲେଜରୁ ସେମାନଙ୍କର ବେସିକ ଗ୍ରାଜୁଏସନ ବା ସ୍ନାତକୋତ୍ତର ହାସଲ କରି ନାହାନ୍ତି ଆଉ ଏହା ପରେ ସେମାନେ ଓପନ ୟୁନିଭରସିଟିରୁ ପୋଷ୍ଟ ଗ୍ରାଜୁଏଟ କରିଛନ୍ତି । ସେହି ସ୍ଥାନରେ ଓପନ ୟୁନିଭରସିଟିରୁ କରାଯାଇଥିବା ପୋଷ୍ଟ ଗ୍ରାଜୁଏଟ ସାର୍ଟିଫିକେଟକୁ ବୈଧ ବୋଲି ବିବେଚନା କରାଯିବ ନାହିଁ ।

ଜଷ୍ଟିସ୍ ହ୍ରିସିକେଶ ରୟ ଏବଂ ସଞ୍ଜୟ କରୋଲଙ୍କ ଏକ ଡିଭିଜନ୍ ବେଞ୍ଚ ରେ ଏହି ନିଷ୍ପତି ନିଆଯାଇଛି । ବେଞ୍ଚ ପ୍ରକାଶ କରିଛି ସ୍ନାତକୋତ୍ତର ପାଠ୍ୟକ୍ରମ ନକରି ଏକ ଓପନ ୟୁନିଭରସିଟିରୁ ମିଳିଥିବା ସ୍ନାତକୋତ୍ତର ଡିଗ୍ରୀ ଗ୍ରହଣୀୟ ନୁହେଁ।

ସୂଚନାମୁତାବକ୨୦୦୮ ରେ ତାମିଲନାଡୁ ଜନସେବା ଆୟୋଗ ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ନୋଟିସକୁ ଜବାବ ଦେଇ ବେଞ୍ଚ ଏହି ଶୁଣାଣି ଦେଇଛି । ଏହି ବିଜ୍ଞପ୍ତିରେ ଏହି ପଦବୀ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାର ବିବରଣୀ ରହିଥିଲା । ଆବେଦନକାରୀ ଏକ ଓପନ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ, ଯଦିଓ ଏହା ପୂର୍ବରୁ କୌଣସି ସ୍ନାତକୋତ୍ତର ପାଠ୍ୟକ୍ରମ ଅଧ୍ୟୟନ କରିନଥିଲେ। ତେଣୁ ତାଙ୍କର ସାର୍ଟିଫିକେଟକୁ ଅବୈଧ ବୋଲି କୁହାଯାଇଥିଲା ଯାହା ପରେ ବ୍ୟକ୍ତି ଜଣକ କୋର୍ଟର ଦ୍ୱାରସ୍ତ ହେଇଥିଲେ ।

ତେବେ ଏହାପୂର୍ବରୁ ୨୦୦୯ରେ ମଧ୍ୟ ଅନ୍ନା ମଲାଇ ଘଟଣାରେ ସୁପ୍ରିମ କୋର୍ଟ ମଧ୍ୟ ଏହି ସୂଚନା ଦେଇଥିଲା । ଯେଉଁମାନେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ନାହାଁନ୍ତି ଆଉ ଓପନ ୟୁନିଭରସିଟିରୁ ପୋଷ୍ଟ ଗ୍ରାଜୁଏଟ କରୁଛନ୍ତି ସେଇ ସାର୍ଟିଫିକେଟକୁ ଅବୈଧ ବୋଲି ଧରାଯିବ।