fbpx

ପୋଷ୍ଟ ଅଫିସର ଏହି ଯୋଜନାରେ ମାତ୍ର କିଛି ମାସ ମଧ୍ୟରେ ପଇସା ହୋଇଯିବ ଡବଲ, ସରକାର ସମୟସୀମା କମାଇବା ସହ ବୃଦ୍ଧି କଲେ ସୁଧ

ନୂଆଦିଲ୍ଲୀ: ଚାକିରୀ ହେଉ କି ବ୍ୟବସାୟ ସମସ୍ତେ ନିଜ ରୋଜଗାରରୁ କିଛି ନା କିଛି ନିଶ୍ଚୟ ସଞ୍ଚୟ କରିଥାନ୍ତି ଓ ଏହାକୁ ଏପରି ଯାଗାରେ ନିବେଶ କରିବାକୁ ଚାହାନ୍ତି ଯେଉଁଠି ସେମାନଙ୍କୁ ଜବରଦସ୍ତ ରିଟର୍ଣ୍ଣ ମିଳିବ । ଯଦି ଆପଣ ବି ଏପରି କିଛି ପ୍ଲାନ କରୁଛନ୍ତି ତେବେ ପୋଷ୍ଟ ଅଫିସର ସେଭିଂ ସ୍କିମ୍ ଆପଣଙ୍କ ଲାଗି ବହୁତ ଲାଭଦାୟକ ହେବ । ଆପଣ କିଷାନ ବିକାଶ ପତ୍ର ସ୍କିମରେ ନିବେଶ କରି ଲାଭବାନ ହୋଇପାରିବେ । ଏହି ସ୍କିମ୍‌ରେ ୧୧୫ ମାସରେ ଆପଣଙ୍କ ପଇସା ଡବଲ ହୋଇଯାଇଥାଏ ଓ ଏଥିରେ କରାଯାଇଥିବା ନିବେଶ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଥାଏ ।

ପୋଷ୍ଟ ଅଫିସରେ ପିଲାଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ବିଭିନ୍ନ ସେଭିଂ ସ୍କିମ୍ ରହିଛି ଓ ଏଥିମଧ୍ୟରୁ ବହୁତ ସ୍କିମ୍ ବେଶ୍ ଲୋକପ୍ରିୟ । ତେବେ ସୁରକ୍ଷିତ ନିବେଶ ଓ ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଥିଲେ ପୋଷ୍ଟ ଅଫିସର କିଷାନ ବିକାଶ ପାତ୍ର ହେଉଛି ସବୁଠାରୁ ବେଷ୍ଟ ସ୍କିମ୍ । କାରଣ ଏହି ସ୍କିମ୍‌ରେ ପଇସା କିଛି ମାସ ମଧ୍ୟରେ ଡବଲ ହୋଇଯାଇଥାଏ । ସରକାର ଏହି ସ୍କିମ୍‌ରେ କରାଯାଉଥିବା ନିବେଶ ଉପରେ ସୁଧ ହାର ବି ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ସ୍କିମ୍‌ରେ ୭ ପ୍ରତିଶତ ହାରରେ ସୁଧ ଦିଆଯାଉଥିଲା । ଜୁୁଲାଇ ୧ରୁ ସରକାର ଏହାକୁ ବୃଦ୍ଧି କରି ୭.୫ ପ୍ରତିଶତ କରିଛନ୍ତି ।

ସରକାର କିଷାନ ବିକାଶ ପାତ୍ର ଯୋଜନାରେ ସୁଧ ହାର ବୃଦ୍ଧି କରିବା ସହିତ ନିବେଶକଙ୍କୁ ଅନ୍ୟ ଫାଇଦା ମଧ୍ୟ ଦେଉଛନ୍ତି । ଏଥିରେ ନିବେଶ କରାଯାଇଥିବା ପଇସା ଡବଲ ହେବାର ସମୟସୀମା ମଧ୍ୟ ହ୍ରାସ କରାଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଅର୍ଥାତ୍ ଜାନୁୟାରୀ ୨୦୨୩ରେ ସରକାର ଏହି ଯୋଜନାରେ ମାଚ୍ୟୁରିଟି ପିରିୟଡକୁ ୧୨୦ ମାସ କରିଦେଇଛନ୍ତି । ଯାହା ପୂର୍ବରୁ ୧୨୩ ମାସ ଥିଲା । ଏବେ ଏହା ଆହୁରି ହ୍ରାସ ପାଇ ୧୧୫ ମାସ ହୋଇଯାଇଛି ।

ଏହି ସ୍କିମ୍‌ରେ ଆପଣ ମାତ୍ର ୧,୦୦୦ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ ଓ ଏହାପରେ ୨୦୦ ଟଙ୍କା ଲେଖାଁଏ ବର୍ଷର ବିଭିନ୍ନ ସମୟରେ ନିବେଶ କରିପାରିବେ । ତେବେ ଏହି ଯୋଜନାରେ ନ୍ୟୁନତମ ରାଶି ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବାଧିକ ରାଶି ଧାର୍ଯ୍ୟ କରାଯାଇ ନାହିଁ । ଏହି ଯୋଜନାରେ ଆପଣଙ୍କ ନିବେଶ ଯେତେ ଅଧିକ ହେବ ଫାଇଦା ସେତେ ଅଧିକ ମିଳିବ । ଆପଣ ଏଥିରେ ବ୍ୟକ୍ତିଗତ କିମ୍ବା ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ ।

Get real time updates directly on you device, subscribe now.