ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ପୋଷ୍ଟ ଅଫିସରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଇଣ୍ଡିଆ ପୋଷ୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପ୍ରକ୍ରିୟା ପାଇଁ ୯ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଇଣ୍ଡିଆ ପୋଷ୍ଟ ଅଫିସର ଅଫିସିଆଲ ୱେବସାଇଟ୍ indiapost.govt.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ :
ଏମଭି ମେକାନିକ : ୪
ଏମଭି ଇଲେକ୍ଟ୍ରିସିଆନ : ୧
କପର ଆଣ୍ଡ ଟିନସ୍ମିଥ : ୧
ଅପହୋଲଷ୍ଟର : ୧
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।
ଏହି ଭର୍ତ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ଆୟୋଜିତ ହେବ ନାହିଁ। ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀ ସିଧାସଳଖ ଇଣ୍ଟରଭ୍ୟୁ ଦେଇ ନିଯୁକ୍ତି କରାଯିବ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୩୦ ବର୍ଷ ହେବା ଉଚିତ ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୮ମ ଶ୍ରେଣୀ ପାସ୍ କରିଥିବା ଜରୁରୀ। ଏହାଦ୍ୱାରା ସରକାର ଦ୍ୱାରା ମାନ୍ୟତାପ୍ରାପ୍ତ ଟେକ୍ନିକାଲ ଇନଷ୍ଟିଚ୍ୟୁଟରୁ ସମ୍ବନ୍ଧିତ ଟ୍ରେଡରେ ସାର୍ଟିଫିକେଟ ରହିଥିବା ଜରୁରୀ। ଏହାସହିତ ଟ୍ରାଭେଲ ଲାଇସେନ୍ସ ଥିବା ଜରୁରୀ।
ଦରମା : ନିଯୁକ୍ତ ହେବା ପ୍ରାର୍ଥୀଙ୍କୁ ମାସକୁ ୬୩.୨୦୦ଟଙ୍କାରୁ ଅଧିକ ଦରମା ମିଳିବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ନିମ୍ନଲିଖିତ ଠିକଣାରେ ଆବେଦନ କରିପାରିବେ …
The Senior Manager (JAG), Mail Motor Service, No-37, Greams Road, Chennai-600006