Post Officeର ସିକ୍ରେଟ୍‌ ସ୍କିମ, ପ୍ରତିମାସରେ କରିପାରିବେ ରୋଜଗାର, ଜାଣନ୍ତୁ ଡିଟେଲ୍ସ

ପୋଷ୍ଟ ଅଫିସର ଏହି ସ୍କିମ ଅନୁଯାୟୀ, ଆପଣ ପ୍ରତିମାସରେ କରିପାରିବେ ରୋଜଗାର

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ଅନେକ ଛୋଟ ସେଭିଙ୍ଗସ ଯୋଜନା ଅଛି। ପୋଷ୍ଟ ଅଫିସ ନେସନାଲ ସେଭିଙ୍ଗ ମନ୍ଥଲୀ ଇନକମ(ଏମଆଇଏସ) ଏଥୁରୁ ଅନ୍ୟତମ। ଆପଣ ଏଥିରେ ନିବେଶ କରି ପ୍ରତି ମାସରେ ଟଙ୍କା ରୋଜଗାର କରିପାରିବେ। ଏଥିରେ ଆପଣଙ୍କୁ ଗ୍ୟାରେଟିଡ୍ ରିଟର୍ଣ୍ଣ ମିଳିବ।

କିଏ ଖୋଲିପାରିବେ ଏହି ଆକାଉଣ୍ଟ: ଏଥିରେ ଆପଣ ବ୍ୟକ୍ତିଗତ ଏବଂ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ। ଏଥିରେ ୧୦ ବର୍ଷର ପିଲା ମଧ୍ୟ ଏଥିରେ ଆକାଉଣ୍ଟ ଖୋଲିପାରିବେ। ଜଏଣ୍ଟ ଆକାଉଣ୍ଟ ସର୍ବାଧିକ ୩ଜଣ ମିଶି ଖୋଲିପାରିବେ।

ସର୍ବାଧିକ କେତେ କରିପାରିବେ ନିବେଶ: ସିଙ୍ଗଲ ଆକାଉଣ୍ଟରେ ଆପଣ ୯ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ଯଦି ଜଏଣ୍ଟ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣ ସର୍ବାଧିକ ୧୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ।

କେତେ ମିଳିବ ରିଟର୍ଣ୍ଣ: ଏହି ଯୋଜନାରେ ବର୍ତ୍ତମାନ ବାର୍ଷିକ ସୁଧ ୭.୪ ପ୍ରତିଶତ ରହିଛି। ଯାହା ମାସିକ ଆଧାରରେ ପେମେଣ୍ଟ କରାଯିବ। ସୁଧକୁ ସେହି ପୋଷ୍ଟ ଅଫିସରେ ଥିବା ସେଭିଙ୍ଗସ୍ ଆକାଉଣ୍ଟରେ ଅଟୋ କ୍ରେଡିଟ୍ ବା ଇସିଏସ ମାଧ୍ୟମରେ ପ୍ରାପ୍ତ କରାଯିବ।

ସିବିଏସ ଡାକଘରମାନଙ୍କରେ ଏମଆଇଏସ ଖାତା ମାମଲାରେ ମାସିକ ସୁଧ ଯେକୌଣସି ସିବିଏସ ଡାକଘରରେ ଥିବା ସେଭିଙ୍ଗସ ଆକାଉଣ୍ଟରେ ଜମା କରାଯାଇପାରିବ।

ଆକାଉଣ୍ଟ କେବେ ହେବ mature: ପୋଷ୍ଟ ଅଫସିର ଏହି ଯୋଜନାରେ ଆକାଉଣ୍ଟ ଖୋଲିବାର ତାରିଖରୁ ୫ ବର୍ଷ ପରେ ସମ୍ବନ୍ଧୀୟ ଡାକଘରେ ପାସବୁକ ସହ ଧାର୍ଯ୍ୟ ଆପ୍ଲିକେସନ ପେପର ଜମା କରି ଆକାଉଣ୍ଟ ବନ୍ଦ କରାଯାଇ ପାରିବ।