fbpx

ପୋଷ୍ଟ ଅଫିସର RPLI ସ୍କିମ୍ ରେ ୫୦ ଲକ୍ଷ ପର୍ଯ୍ୟନ୍ତ ପାଇପାରିବେ କଭର୍: ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ସରକାର ୧୯୯୫ ରେ ରୁରାଲ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ସ୍କିମ ର ଆରମ୍ଭ କରିଥିଲେ । ଏହା ପୋଷ୍ଟଅଫିସ୍ ର ଏକ ଭଲ ସ୍କିମ୍ ଅଟେ, ଯେଉଁଥିରେ କେହି ବି ନିବେଶ କରିପାରିବେ । ଗ୍ରାମୀଣ ଡାକ ଜୀବନ ସ୍କିମ ଜରିଆରେ ନିବେଶକ ୫୦ ଲକ୍ଷ ପର୍ଯ୍ୟନ୍ତ କଭର ସହ ଅନେକ ଲାଭ ମଧ୍ୟ ପାଇପାରିବେ । ଏଥିରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିପାରିବ । ଏହି ସ୍କିମରେ କେହିବି ନିବେଶ କରିପାରିବେ ।

ଗ୍ରାମୀଣ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ସ୍କିମ୍:

ଗ୍ରାମୀଣ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ଅନୁଯାୟୀ ଛଅ ପ୍ରକାରର ଯୋଜନା ରହିଛି । ଯେଉଁଥିରେ କନଭରଟେବଲ ହୋଲ ଲାଇଫ ଇନସ୍ୟୁରାନ୍ସ ପଲିସି ମଧ୍ୟ ରହିଛି । କନଭରଟେବଲ ହୋଲ ଲାଇଫ ଇନସ୍ୟୁରାନ୍ସ ପଲିସିରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ସର୍ବନିମ୍ନ ୨ ଲକ୍ଷ ଏବଂ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ ଆସ୍ୟୁର୍ଡ କଭର ମିଳିଥାଏ ।

ଏହି ପଲିସିରେ ଆପଣ କାହାକୁ ବି ନୋମିନୀ କରିପାରିବେ । ଯଦି ବୀମା ଧାରକଙ୍କ ମୃତ୍ୟୁ ହୋଇଯାଉଛି, ତେବେ ତାଙ୍କର ସମସ୍ତ ଟଙ୍କା ନୋମିନୀଙ୍କୁ ଟ୍ରାନ୍ସଫର କରାଯିବ । ପ୍ରଥମେ ଏହି ସ୍କିମକୁ ସରକାରୀ ଏବଂ ଅର୍ଦ୍ଧ-ସରକାରୀ କର୍ମଚାରୀ ହିଁ ନେଇପାରୁଥିଲେ । ଏବେ ଏହି ସ୍କିମକୁ ୧୯ ରୁ ୫୦ ବର୍ଷ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ନେଇପାରିବେ ।

୪ ବର୍ଷ ପାଇଁ ଏହି ସ୍କିମ୍:

ଗ୍ରାମୀଣ ପୋଷ୍ଟାଲ ଲାଇଫ୍ ଇନସ୍ୟୁରାନ୍ସକୁ ଆପଣ ସର୍ବନିମ୍ନ ୪ ବର୍ଷ ପାଇଁ ନେଇପାରିବେ । ଏହା ପରେ ଆପଣଙ୍କୁ ଟଙ୍କା ମିଳିପାରିବ । ପୋଷ୍ଟ ଅଫିସର ଏହି ଅଫିସିଆଲ ୱେବସାଇଟ  https://pli.indiapost.gov.in କୁ ଯାଆନ୍ତୁ । ଏହି ପଲିସିକୁ ଆପଣ ଅନଲାଇନ କିଣିପାରିବେ । ଅନଲାଇନ ସ୍କିମ ନେବା ସମୟରେ ଆପଣଙ୍କୁ ପ୍ରିମିୟମ, ରସିଦ, ଏବଂ ଇନକମ ଟ୍ୟାକ୍ସ ସାର୍ଟିଫିକେଟ ସବୁ କିଛି ଡିଜିଟାଲ ଫର୍ମାଟରେ ମିଳିଯିବ ।

Get real time updates directly on you device, subscribe now.