ପୁଣି ଆଳୁ ପାଇଁ କାନ୍ଦିବ ରାଜ୍ୟ…. ଆକଶଛୁଆଁ ହେବ ଦାମ୍, ମନଇଚ୍ଛା ଦରରେ ବିକିବେ ବେପାରୀ, ରାଜ୍ୟ ବାହାରକୁ ଆଳୁ ଟ୍ରକ ନ ଯିବା ପାଇଁ ଦିଦିଙ୍କ ତାଗିଦ୍

(ଓଡ଼ିଶା ଭାସ୍କର): ପିଆଜ ପରେ ପୁଣି କନେ୍ଦଇବ ଆଳୁ । ହାଟ ବଜାର ବ୍ୟବସାୟୀ ମନଇଚ୍ଛା ଦରଦାମ୍ ବଢ଼େଇ ଆଳୁ ବିକିବେ । କାରଣ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯାଇଛି । ବୁଧବାର ରାତିରୁ ମୌଳିକ ନିର୍ଦ୍ଦେଶକ୍ରମେ ଆଳୁ ଟ୍ରକ ସୀମା ପାର୍ ନ କରିବାକୁ କଟକଣା ଲଗେଇଛନ୍ତି ପଶ୍ଚିମବଙ୍ଗ ସରକାର । ଗତକାଲି ନବନ୍ନାରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଡାକିଥିଲେ । ଯେଉଁଥିରେ ସେ ରାଜ୍ୟ ବାହାରକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଗଚ୍ଛିତ ଆଳୁ ପରିମାଣ କମିବା କାରଣରୁ ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଯେଉଁକାରଣରୁ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ସୀମାରେ ଶହ ଶହ ଆଳୁ ଟ୍ରକ୍ ବଙ୍ଗାଲ ଅଧିକାରୀ ଅଟକ ରଖିଛନ୍ତି ।

ଜାନୁୟାରୀ, ଫେବୃୟାରୀ ପର୍ଯ୍ୟନ୍ତ କୋଲକାତାରୁ ଆଳୁ ଟ୍ରକ ଓଡ଼ିଶା ଆସିବ ନାହିଁ । ପାଖାପାଖି ୩ ମାସ ପର୍ଯ୍ୟନ୍ତ ରାଜ୍ୟକୁ କୋଲକାତାରୁ ଆଳୁ ଆସିବା ବନ୍ଦ ରହିବ । ନୂଆ ଆଳୁ ବଜାରକୁ ନ ଆସିବା ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ ରହିବ ବୋଲି ମମତା କହିଛନ୍ତି । ସର୍ବାଧିକ ଅଳୁ ଉତ୍ପାଦନରେ ପଶ୍ଚିମବଙ୍ଗ ଦ୍ୱିତୀୟ ରାଜ୍ୟ । ଆଳୁ ପାଇଁ ଏହା ଉପରେ ପଡୋଶୀ ରାଜ୍ୟ ଓଡ଼ିଶା ସମେତ ବହୁ ରାଜ୍ୟ ମଧ୍ୟ ନିର୍ଭର କରନ୍ତି । ଆଳୁ ଟ୍ରକ୍ ଉପରେ କଟକଣା ନିଦେ୍ର୍ଦଶ ପରେ ସ୍ଥାନେସ୍ଥାନେ ଅଧିକାରୀଙ୍କ ତରଫରୁ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି । ଦେଖିବା ବାକି ରହିଲା, ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଓଡ଼ିଶା ବଜାରେ କିଭଳି ସ୍ଥିତି ରହିଛି । ଯଦି ଆଗାମୀ ୩ ମାସ ପର୍ଯ୍ୟନ୍ତ ରାଜ୍ୟରେ ଆବଶ୍ୟକତା ଅନୁସାରେ ଆଳୁ ମହଜୁଦ ଥିବ ତେବେ ଚିନ୍ତାର ଆବଶ୍ୟତା ନାହିଁ । କିନ୍ତୁ ଯଦି ଏହାର ବିପରୀତ ଘଟେ ତେବେ ପିଆଜ କନ୍ଦେଇଲା ଭଳି ଆଳୁ ଖାଉଟିଙ୍କୁ କନ୍ଦେଇବ ନିଶ୍ଚୟ ।