ଭୁବନେଶ୍ୱର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଦକ୍ଷିଣପୂର୍ବ ଦିଗରେ ଏହା ଅବପାତରେ ପରିଣତ ହୋଇଛି । ପୁଡୁଚେରୀଠାରୁ ଏହା ୭୯୦ କିମି ଦୂରରେ ଥିବା ବେଳେ ଚେନ୍ନାଇଠାରୁ ଏହା ୮୦୦ କିମି ଦୂରରେ ରହିଛି । ତେବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ସହିତ ଆସନ୍ତା କାଲି ଗଭୀର ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ତେବେ ଆସନ୍ତା ୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇ ୪ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବାର ଆଶଙ୍କା ରହିଛି । ଚେନ୍ନାଇ ଓ ମଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।