fbpx
BJD SKY
BJD SKY

ପତିଆରା ଦେଖାଇବେ BJD-BJP: ଶାହ-ନବୀନଙ୍କୁ ନେଇ ରାଜନୈତିକ ପାଣିପାଗ ଚଳଚଞ୍ଚଳ

BJD

ନୂଆଦିଲ୍ଲୀ: ଆଜି ଓଡ଼ିଶାରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଆଜି ରାତି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳୁ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ଏହାପରେ ଅମୃତ ମହୋତ୍ସବ ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଗସ୍ତ କରି ସେଠାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ତେବେ ସବୁଠାରୁ ଚର୍ଚ୍ଚାରେ ରହିଛି କଟକର ଜବାହାରଲାଲ ନେହରୁ ଇନଡୋର ଷ୍ଟାଡିୟମ୍ ।

ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଓ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିକୁ ନେଇ ଏବେ ରାଜନୈତିକ କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଆସନ୍ତାକାଲି ଦିନ ୧୧ଟା ସମୟରେ ଶାହ ଭୁବନେଶ୍ୱରରୁ କଟକ ଗସ୍ତ କରିବେ । ତାଙ୍କ ପାଇଁ କଟକରେ ଏକ ରୋଡ୍ ଶୋ’ର ଆୟୋଜନ କରାଯିବ । ଅନ୍ୟପଟେ ନବୀନ ହେଲିକପ୍ଟରରେ ବାଲିଯାତ୍ରା ପଡ଼ିଆରେ ଓହ୍ଲାଇବେ । ସେଠାରୁ ସେ ଇନଡୋର ଷ୍ଟାଡିୟମ୍ ଅଭିମୁଖେ ଯିବେ ।

ତେବେ ଦୁଇ ନେତାଙ୍କ ଶକ୍ତି ପ୍ରଦର୍ଶନରେ ଯେଭଳି କିଛି ଅସୁବିଧା ନହୁଏ, ସେଥିପାଇଁ ବିଜେଡି ଓ ବିଜେପି କର୍ମୀଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ସୁଯୋଗ ଦିଆଯାଇଛି । ଷ୍ଟାଡିୟମ ବାହାରେ ଦୁଇ ଦଳ ନିଜ ନିଜର ପତିଆରା ବୃଦ୍ଧି ପାଇଁ ଉଦ୍ୟମ କରିବେ । ବିଜେଡି ପକ୍ଷରୁ ୪ ହଜାର କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଥିବା ବେଳେ ବିଜେପି ପକ୍ଷରୁ ଶାହଙ୍କୁ ୫ ହଜାର କର୍ମୀ ସ୍ୱାଗତ କରିବେ ବୋଲି ଜଣାପଡ଼ିଛି । ତେବେ ଦୁଇ ନେତାଙ୍କ ସ୍ୱାଗତ ପାଇଁ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପ୍ରସ୍ତୁତି ଲଢ଼େଇ କଟକ ସହରରେ ଏକ ଭିନ୍ନ ବାତାବରଣ ସୃଷ୍ଟି କରିବ ।

Get real time updates directly on you device, subscribe now.