fbpx

Video: ମତେ ସହରେ ପଡିଛି ଖୋଜା…ମୁଁ ୯୯ ରଣୀ ରଜା …୧୦୦ ଜଣଙ୍କୁ ବାହା ହେବି, ଏହା ମୋ ଇଛା

କାକଟପୁର: ଭାରତୀୟ ସମ୍ବିଧାନ ଯେଉଁଠି ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି। ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ ଆଇନରେ ବନ୍ଧା। କିନ୍ତୁ ପୁରୀ ଏମିତି ଏକା ଜାଗା ଯେଉଁଠି ନାରୀମାନଙ୍କ ସ୍ୱାଧୀନତା ଛଡାଇ ନିଆଯାଏ। ସବୁ ନିର୍ଯାତନାକୁ ସହିବାକୁ ବାଧ୍ୟ କରାଯାଏ। ପୁରୀ ଜିଲ୍ଲା କାକଟପୁର ଥାନା ଫକୀରସାହିରୁ ଆସିଛି ସଂଗୀନ ଅଭିଯୋଗ। ଅନେଶତ ରାଣୀ ରାଜା ଆମେ ଏଇଥି ପାଇଁ କହୁଛୁ ଫକୀରସାହିର ସେକ ଅସଲମଙ୍କ ପୁଅ ଏସକେ ଫାୟାଜ ଚାରି ବର୍ଷରେ ବାହାହେଲାଣି ଚାରୋଟି ଝିଅ। ହୋଟେଲ ମ୍ୟାନେଜର ଭାବରେ କାମ କରୁଥିବା ଫାୟାଜ ସବୁ ଝିଅଙ୍କୁ ମିଛ କହି ବାହାହେଉଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରଥମ ପତ୍ନୀ ତବସମ।

ତବସମ ଅଭିଯୋଗ ଅନୁସାରେ ବିବାହର କିଛି ବର୍ଷ ତାଙ୍କ ସ୍ୱାମୀ ତାଙ୍କ ସହ ଭଲ ସମ୍ପର୍କ ରଖିବା ସହିତ ୨ଟି ସନ୍ତାନ ମଧ୍ୟ୍ୟ ହୋଇଥିଲେ କିନ୍ତୁ ଏଇ ୪ବର୍ଷ ହେବ ସେ ଏବଂ ତାଙ୍କ ବାପା,ମା ତବସାମ ଙ୍କୁ ଅକଥନିଅ ନିର୍ଯାତନା ଦେବା ସହିତ ନିଆଁ ଲଗେଇ ପୋଡ଼ିବାକୁ ଚେଷ୍ଟା କରିଥିଲେ। ପ୍ରତିବାଦ କରିବାରୁ ୧ଲକ୍ଷ ଡିମାଣ୍ଡ କରିଥିଲେ ଶାଶୂଘର ଲୋକ। ଏମିତିକି ଶାଶୂଘରୁ ତଡି ଦେଇଥିବା କହିଛନ୍ତି ତବସମ ବାପା,ମା।

ସବୁବେଳେ ନୂଆ ଝିଅ ଖୋଜୁଥିବା ଫାୟାଜ ଚେନାଇରେ ଚାକିରୀ କରିଛନ୍ତି। ସେଠି ଲିୟମର ନାମକ ଏକ ମହିଳାଳୁ ବିବାହ କରି ଛାଡି ଦେଇ ଦିଲ୍ଲୀରେ ସବିତାକୁ ମିଛ ପ୍ରଲୋଭନ ଦେଖାଇ ବିବାହ କରିଥିଲେ। ତାଙ୍କୁ ମଧ୍ୟ୍ୟ ଧୋକା ଦେଇ ଜଗତସିଂହପୁରର ସୁଲେମାନଙ୍କୁ ବିବାହ କରିଛନ୍ତି। ଯାହା ସମାଜ ପାଇଁ ଏକ ନିନ୍ଦନୀୟ କଥା। ଏ ବିବାହରେ ପୁଅ ବାପା,ମା ପୁଅକୁ ସମର୍ଥନ କରନ୍ତି। ଗୋଟିଏ ପରେ ଗୋଟିଏ ଝିଅ ର ଜୀବନ ନଷ୍ଟ କରି ଥିବା ଏମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବିକରିଛନ୍ତି ସାମାଜିକ କର୍ମୀ ଦାବି କରିଛନ୍ତି।

ସବୁଠାରୁ ଆଶ୍ଚର୍ୟ୍ୟ କଥା ଏ ସମ୍ପର୍କ ରେ କାକଟପୁର IICଙ୍କୁ ବାର ବାର ଅଭିଯୋଗ ପରେ ସେ ଶୁଣନାହାନ୍ତି। ପୋଡି ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ ପୋଡା ଶରୀର ଦେଖି IIC କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଏମିତିକି ଅଧ ରାତିରେଡାକି ସାଧା କାଗଜରେ ଦଶଖତ ନେଇ ଆମକୁ ଥାନାରୁ ବାହାର କରିଥିଲେ। ଏପରି ଅନେକ ଝିଅ ମୋପରି ଶିକାର ଅଛନ୍ତି। ଆମେ ମୁସଲମାନ ବୋଲି ଆମକୁ ବାହାରକୁ ଆସିବାକୁ ଦେଉନାହାନ୍ତି। ବାଧ୍ୟ ହୋଇ ଅତ୍ୟାଚାର ସହିବା ପରେ ନିରବ ରହୁଚୁ। ମୋ ଶଶୁର ବିଜେଡିର ନେତା ହେଉଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି ଆଗାମୀ ଦିନରେ ଯଦି ମୋତେ ନ୍ୟାୟ ନମିଳେ ମୁଁ ମୋ ପିଲା ଙ୍କ ସହିତ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଅଭିଯୋଗ କାରିଣୀ,ନିର୍ଯ୍ୟାତିତା ସ୍ତ୍ରୀ ତବସମ।

Get real time updates directly on you device, subscribe now.