fbpx

୫ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ତାର ନିଜ ବାପା ମାଆ କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ…….

ନାଗପୁର: ବର୍ତ୍ତମାନ ମଧ୍ୟ ସମାଜ ଅନ୍ଧବିଶ୍ୱାସ ଉପରେ ଆଖିବନ୍ଧ କରି ବିଶ୍ୱାସ କରୁଛି । ଏହି ପ୍ରେରିପେକ୍ଷୀରେ ଜଣେ ୫ବର୍ଷର ବାଳିକାକୁ ତାର ବାପା ଆଉ ମାଆ ପିଟି ପିଟି ମାରି ଦେଇଛନ୍ତି ।
ଝିଅ ଉପରେ କଳାଯାଦୁ ହୋଇଛି ବୋଲି ଭାବି ତା ଠାରୁ ସେହି ଖରାପ ଆତ୍ମାକୁ ଦୂର କରିବା ପାଇଁ ତାଙ୍କ ପାଞ୍ଚବର୍ଷ ଝିଅଙ୍କୁ ମାରି ଦେଇଛନ୍ତି ଏହି ର୍ନିଦୟୀ ବାପା ମାଆ । ତେବେ ଏହି ଘଟଣା ମହାରାଷ୍ଟ୍ରର ନାଗପୁର ଠାରେ ଘଟିଥିବାର ପୋଲିସ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଏହି ଘଟଣାରେ ମୃତ ପିଲାର ବାପା ସିଦ୍ଧାର୍ଥ ଚିମନେ ,ଆଉ ମାଆ ରଞ୍ଜନା ଏବଂ ମାଉସୀ ପ୍ରିୟା ବାନସୋଦଙ୍କୁ ଗିରଫ କରାଯାଇଛି ।

ପୋଲିସ ଅଧିକାରୀଙ୍କ ସୂଚନାଅନୁସାରେ ଚିମନେ ସୁବାଷ ନଗରରେ ୟୁଟୁବ ମାଧ୍ୟମରେ ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ଚଳାଉଥିଲେ । ଗୁରୁପୂର୍ଣ୍ଣମୀ ରେ ଚିମନେ ତାଙ୍କ ପରିବାର ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସହ ତକଲଘାଟରେ ଥିବା ଦର୍ଘାକୁ ଯାଇଥିଲେ । ସେଠାରୁ ଆସିବା ପରେ ତାଙ୍କୁ ଏପରି ଲାଗିଲା ଯେ ତାଙ୍କ ସାନ ଝିଅର ବ୍ୟବହାରରେ ପରିବର୍ତ୍ତନ ହୋଇଛି । ତେବେ ଏହାକୁ ନେଇ ଚିମନେ କଳ୍ପନା କରିବାକୁ ଲାଗିଲେ ଯେ ତାଙ୍କ ଝିଅ ଉପରେ କଳାଯାଦୁ ହୋଇଛି ।
ଏହାପରେ ଝିଅର ବାପା ମାଆ ଆଉ ମାଉସୀ ରାତିରେ ଏହାକୁ ନେଇ ଏକ ପୂଜା ପାଠ କରିଥିଲେ । ଏହାର ଏକ ଭିଡିଓ ପୋଲିସ ହାତରେ ଲାଗିଛି ଯାହା ମୋବାଇ ଫୋନରେ ରେକର୍ଡ କରାଯାଇଥିଲା ।ତେବେ ଏହି ଭିଡିଓ ରୁ ଯାହା ସୂଚନା ମିଳୁଛି ସେମାନେ ଚିମନେ ଆଉ ତାଙ୍କ ସ୍ତ୍ରୀ ଝିଅକୁ କିଛି ପ୍ରଶ୍ନ କରୁଛନ୍ତି ଏବଂ ଝିଅ କିଛି ତାଙ୍କର କଥା ନବୁଝି କାନ୍ଦୁଥିବାର ଦେଖିବାକୁ ମିଳିିଛି ।ଏହାପରେ ତିନିଜଣ ଅଭିଯୁକ୍ତ (ବାପା, ମାଆ ଏବଂ ମାଉସୀ) ଝିଅକୁ ଲଗାତାର ଭାବେ ଚାପୁଡା ଉପରେ ଚାପୁଡା ମାରୁଥିବାର ଦେଖିବାକୁ ମିଳିଛି । ଏହାପରେ ପିଲାଟି ଅଚେତ ହୋଇ ଭୂମିରେ ପଡିଯାଉଥିବାର ଦେଖିବାକୁ ମିଳିଛି ।

ଏହି ଘଟଣା ପରେ ଅଭିଯୁକ୍ତ ମାନେ ତା ପର ଦିନ ସକାଳେ ଝିଅକୁ ଦର୍ଘାକୁ ନେଇଥିଲେ । ଏବଂ ପରେ ତାକୁ ସରକାରୀ ହସ୍ପତାଲକୁ ନେଇଥିଲେ ଏବଂ ସେଠାରେ ପିଲାକୁ ଛାଡି ଫେରାର ହୋଇ ଯାଇଥିଲେ ।ତେବେ ସେମାନଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଜଣେ ମେଡିକାଲ ସିକ୍ୟୁରିଟି ଗାର୍ଡ ଗାଡିର ଫଟୋ ଉଠାଇଥିଲେ । ଡାକ୍ତର ଝିଅକୁ ମୃତ ଘୋଷଣା କରିବା ପରେ ପରିଚୟ ପାଇଁ ଖୋଜା ଚାଲିଥିଲା । ଏହି ସମୟରେ ସିକ୍ୟୁରିଟି ଗାର୍ଡ ଜଣକ ଉଠାଇଥିବା ଫଟୋ ଦେଖାଇଥିଲେ ଏବଂ ଏହା ପରେ ପୋଲିସ ଯାଞ୍ଚ ଆରମ୍ଭ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲେ । ଯାଦୁ ଟୋନା ରେ ଝିଅକୁ ହତ୍ୟା କରିଥିବା ଆଧାରରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଗଲା ।

Get real time updates directly on you device, subscribe now.