ଭୁବନେଶ୍ୱରରେ ପରାକ୍ରମ ଶୋଭାଯାତ୍ରା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜଧାନୀରେ ପରାକ୍ରମ ଶୋଭାଯାତ୍ରା

ଭୁବନେଶ୍ୱର: ଅପରେସନ ସିନ୍ଦୂର ସଫଳ ପରେ ୩ ସେନାକୁ ସାଲ୍ୟୁଟ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇସାରିଛି ପରାକ୍ରମ ଶୋଭାଯାତ୍ରା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ବାହାରିଛି ଏହି ଶୋଭାଯାତ୍ରା।

ଏହି ପରାକ୍ରମ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୋଭାଯାତ୍ରାରେ ପୋଲିସ, ସିଆରପିଏଫ, ଏନସିସି, ଟ୍ରାଫିକ ପୋଲିସ ସାମିଲ୍ ଅଛନ୍ତି। କଳିଙ୍ଗ ଷ୍ଟାଡିୟମର ୩ନଂ ଗେଟ୍‌ରୁ ରାଜଭବନ ଛକ ଯାଏଁ ଯିବ ଏହି ଶୋଭାଯାତ୍ରା।