ହାଇଦ୍ରାବାଦ: ଆଗାମୀ ଦିନରେ ରିଲିଜ୍ ହେବାକୁ ଯାଉଛି ତେଲୁଗୁ ଫିଲ୍ମ “କନ୍ନପ୍ପା’ । ଫିଲ୍ମରେ ବାହୁବଲି ଫେମ୍ ପ୍ରଭାସ କମିଓ ଭୂମିକାରେ ନଜରକୁ ଆସିବେ । କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଚଳଚ୍ଚିତ୍ରରେ ପ୍ରଭାସଙ୍କ ଭୂମିକାର ଫଟୋ ଲିକ୍ ହୋଇଯାଇଛି । ଏ ନେଇ ଫିଲ୍ମର ମେକର ଏକ ଷ୍ଟେଟମେଣ୍ଟ ରିଲିଜ୍ କରିଛନ୍ତି, ଯେଉଁଥିରେ ପ୍ରଭାସଙ୍କ ଫଟୋ ଲିକ୍ କରିଥିବା ଅଭିଯୁକ୍ତଙ୍କୁ ଧରେଇଦେଲେ ୫ ଲକ୍ଷ ଟଙ୍କା ଅଫର୍ କରାଯାଇଛି । ଫିଲ୍ମ କନ୍ନପ୍ପା ପାଇଁ ଟିମ୍ ୮ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରିଥିବାବେଳେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଡ଼ ଉପହାର ଆମ ଟିମ୍ ପ୍ରସ୍ତୁତ କରିଛି । କିନ୍ତୁ ଫିଲ୍ମର ଫଟୋ ସୋସିଆଲ ମିଡିଆରେ ଲିକ୍ ସହ ଚୋରି ଘଟଣା ବହୁତ କଷ୍ଟ ଦେଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଏଥିସହ ଲିକ୍ ଫଟୋକୁ ସୋସିଆଲ ମିଡିଆରେ ଶେୟାର ନ କରିବା ପାଇଁ ଫିଲ୍ମ ଟିମ୍ ପକ୍ଷରୁ ଅନୁରୋଧ କରାଯାଇଛି । କନ୍ନପ୍ପା ଫିଲ୍ମରେ ପ୍ରଭାସଙ୍କ ସମେତ ଅକ୍ଷୟ କୁମାର ଏବଂ ମୋହନଲାଲ କମିଓରେ ନଜରକୁ ଆସିବେ ।
ଫିଲ୍ମଟି କନ୍ନପ୍ପା ନାମକ ଜଣେ ଶିବ ଭକ୍ତଙ୍କ ଉପରି ଆଧାରିତ । ଏହାର ନିର୍ଦେଶନା ଦେଇଛନ୍ତି, ମୁକେଶ କୁମାର ସିଂ ଏବଂ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ମୋହନ ବାବୁ । ଫିଲ୍ମଟି ଡିସେମ୍ବରରେ ରିଲିଜ୍ ହେବ । ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ, ହିନ୍ଦୀ ଓ ଇଂରାଜୀ ଭାଷାରେ ଫିଲ୍ମଟି ଅନୁବାଦ ମଧ୍ୟ କରାଯିବ । କନ୍ନପ୍ପା ନିର୍ମାଣରେ ପାଖାପାଖି ୧୦୦ରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।