Breaking: ପ୍ରଦୀପ ଜେନାଙ୍କୁ ନୂଆ ଦାୟିତ୍ୱ, OERC ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରଦୀପ

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ହେଲେ OERC ଚେୟାରମ୍ୟାନ। ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର।

ଭୁବନେଶ୍ୱର: ପ୍ରଦୀପ ଜେନାଙ୍କୁ ନୂଆ ଦାୟିତ୍ୱ। ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ହେଲେ OERC ଚେୟାରମ୍ୟାନ। ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର। ସୁରେଶ ମହାପାତ୍ରଙ୍କ ଅବସର ପରଠୁ ଖାଲି ପଡିଥିଲା ଅଧ୍ୟକ୍ଷ ପଦ।

ପୂର୍ବ ସରକାର ସମୟରେ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ମିଳିଥିଲା। ହେଲେ ଏବେ ରାଜ୍ୟ ସରକାର ତାଙ୍କୁ ପୁଣି ଏକ ନୂଆ ଦାୟିତ୍ୱ ଦେଇଛନ୍ତି। ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱରେ ନିଯୁକ୍ତ ହୋଇଥିଲେ। ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ ସେ ସ୍ୱତନ୍ତ୍ର ରିଲିଫ କମିଶନର ଓ ଉନ୍ନୟନ କମିଶନର ପଦରେ ଥିଲେ।

ପ୍ରଦୀପ ହେଉଛନ୍ତି ୧୯୮୯ ବ୍ୟାଚ୍ IAS ଅଫିସର୍। ପ୍ରାଶାସନିକ ଦକ୍ଷତା ପାଇଁ ସେ ପରିଚିତ। ଏହା ପୂର୍ବରୁ ପ୍ରଦୀପ ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଥିଲେ। ୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ।