fbpx

କରୋନାରୁ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ପ୍ରଦୀପ୍ତ ଓ ବିଷ୍ଣୁ, ଜାଣନ୍ତୁ କିପରି ଅଛି ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ଅନେକ ନେତା ମନ୍ତ୍ରୀ ଓ ବରିଷ୍ଠ ଲୋକମାନେ ଏହାର ଶିକାର ହେଉଛନ୍ତିି । ଏହାରି ମଧ୍ୟରେ କରୋନା ସଂକ୍ରମିତ ବିରୋଧୀ ଦଳ ବା ବିଜେପି ନେତା ପ୍ରଦୀପ୍ତ ନାଏକ ଓ ଉପନେତା ବିଷ୍ଣୁ ସେଠୀ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏମସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

ସଚ୍ଚିଦାନନ୍ଦ କହିଛନ୍ତି ଯେ, ‘ପ୍ରଦୀପ୍ତଙ୍କୁ ୫୦ ଦିନ ହେଲା ଭେଣ୍ଟିଲେଟର ବାହାରେ ରଖାଯାଇଛି । ଏବେ ସେ ଆଇସିୟୁରେ ଅଛନ୍ତି । ଭଲରେ ଖିଆପିଆ ସହ ଚଲାବୁଲା କରୁଛନ୍ତି । ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ । ସେହିପରି ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି । ସେ ଅକ୍ସିଜେନ ସପୋର୍ଟ ବିନା ଭଲରେ ଅଛନ୍ତି । ତାଙ୍କର କିଡନୀ ଜନିତ ସମସ୍ୟା ଥିଲା, ଯାହାର ଏବେ ଚିକିତ୍ସା ଚାଲିଛି ।’

ତେବେ ଗତ ୧୯ ତାରିଖରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିଲେ ବି ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେହିପରି ଦଳର ଉପନେତା ବିଷ୍ଣୁଚରଣ ସେଠୀ କରୋନା ପଜିଟିଭ ହେବାରୁ ତାଙ୍କୁ ୪ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.