fbpx

ପ୍ରଦୀପ, ଅଭୟକାନ୍ତ ଓ ଆକାଶଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ବେଆଇନ ଅର୍ଥ କାରବାର ମାମଲାରେ ପ୍ରଦୀପ ପାଣିଗ୍ରାହୀ, ଅଭୟକାନ୍ତ ପାଠକ, ଆକାଶ ପାଠକଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ ଭିତରେ ସେମାନଙ୍କୁ ଜେରା କରାଯିବାର ସଙ୍କେତ ମିଳିଛି । ବ୍ରହ୍ମପୁରରେ ଏକାଧିକ ଲୋକଙ୍କ ସହ ଆର୍ଥିକ କାରବାର ହୋଇଥିବା ଇଡିକୁ ପ୍ରମାଣ ମିଳିଛି । ଏନେଇ କୁମ୍ବପାଣି ସାହୁ, ଏସକେ ମହାରଣା, ରବୀନ୍ଦ୍ର, ଗୁରୁମୁର୍ତ୍ତି ଅଏଲ କମ୍ପାନୀ, ସୂର୍ଯ୍ୟ ଫିଲିଂ ଷ୍ଟେସନ ମାଲିକ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି । ପ୍ରଦୀପଙ୍କ ଆକାଉଣ୍ଟକୁ ୨ କୋଟି ୪୦ ଲକ୍ଷ ଆସିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ଇଡି ପକ୍ଷରୁ ଜେରା କରାଯିବା ପରେ ବ୍ୟାପକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି । ଏନେଇ ୩ଟି ମାମଲା ରୁଜୁ କରି ଇଡି ଖୋଳତାଡ଼ ଚଳାଇଛି । ବ୍ୟାଙ୍କରୁ ମିଳିଥିବା ତଥ୍ୟକୁ ନେଇ ଅନୁଧ୍ୟାନ କରାଯାଉଛି । ୩ ଜଣଙ୍କୁ ଜେରା ପାଇଁ ସ୍ପେଶାଲ କୋର୍ଟରେ ଇଡି ପକ୍ଷରୁ ଆବେଦନ କରାଯିବ । ତେବେ ଆବଶ୍ୟକ ପଡ଼ିଲେ ପ୍ରଦୀପ ଓ ପାଠକଙ୍କ ସମ୍ପତ୍ତି ବ୍ୟାଜାପ୍ତି କରାଯାଇପାରେ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.