ଭୁବନେଶ୍ୱର,୨୫ ।୧୦(ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଆଉ ଜଣେ ମନ୍ତ୍ରୀ ଏହାର କବଜାକୁ ଆସିଛନ୍ତି । କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଚ କରାଇବା ସହ ସଂଗରୋଧରେ ରହିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ମୁଁ କରୋନା ପରୀକ୍ଷା କରିଥିଲି ରିପୋର୍ଟ ପଜିଟିଭ ଆସିଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ସୁସ୍ଥ ଅଛି ହସ୍ପିଟାଲରେ ଚିକିତ୍ସିତ ହେଉଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର କରୋନା ପରୀକ୍ଷା କରିବା ସହିତ ସଙ୍ଗରୋଧରେ ରହିବାକୁ ଅନୁରୋଧ । @Naveen_Odisha @BJDITWing @kanak_news @otvnews @NandighoshaTV
— Prafulla Mallik (@prafulla_mallik) October 25, 2020