fbpx

ଷ୍ଟାର କଳି: ବାବୁସାନଙ୍କୁ ନେଇ ଏପରି କହିଲେ ପ୍ରକୃତିଙ୍କ ପିତା ମନ୍ମଥ ମିଶ୍ର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟାର କଳିକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ବାବୁସାନଙ୍କର ପତ୍ତା ମିଳୁନି । ଏହାରି ମଧ୍ୟରେ ଚେନ୍ନାଇରୁ ଫେରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୋଲିସ ପଚରାଉଚରା କରିଛି । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ଘରେ ପହଞ୍ଚିଥିଲେ ।

ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା ବୋଲି ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଭିଭାବକଙ୍କ ଉପସ୍ଥିତିରେ ଏହି ପଚରାଉଚରା ହୋଇଥିବା ସେ କହିଛନ୍ତି । ଏହା ସହ ସେ ଆହୁରି କହିଛନ୍ତି, ‘ଜଣେ ବାପା ହିସାବରେ ମୁଁ ଚାହେଁ, ବାବୁସାନ୍ ତାଙ୍କ ପରିବାରକୁ ଫେରି ଆସୁ ଏବଂ ସୁଖରେ ସଂସାର କରୁ ।’ ଏଣେ ପ୍ରକୃତି ମିଶ୍ର ବି ତଦନ୍ତରେ ସହଯୋଗ କରିଥିବା ନେଇ ପୋଲିସ ଅଧିକାରୀ କହିଛନ୍ତି ।

ଯେଉଁ ଫିଲ୍ମର ପ୍ରମୋସନ୍ ଲାଗି ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ୱର ଫେରିଆସିଲେଣି । ହେଲେଣି ଏଯାଏ ନାୟକ ବାବୁସାନ୍ ରାଜଧାନୀକୁ ଫେରିନାହାନ୍ତି ।

ସୂଚନାଯୋଗ୍ୟ, ଅଭିନେତା ବାବୁସାନ, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଇଛି । ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ ତରଫରୁ ପ୍ରଥମ ମାମଲା ତୃପ୍ତିଙ୍କ ବିରୋଧରେ ରୁଜୁ କରିଛନ୍ତି । ସେହିପରି ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦ୍ୱିତୀୟ ମାମଲା ପ୍ରକୃତିଙ୍କ ବିରୋଧରେ ରୁଜୁ ହୋଇଛି ।

Get real time updates directly on you device, subscribe now.