fbpx

ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ, କରୋନା ନେଲା ଜୀବନ

ପିପିଲି(ଓଡିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ତଥା ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର ଆଜି ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଗତ କିଛିଦିନ ତଳେ ପ୍ରଣୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ସକାଳେ ପ୍ରଣୟଙ୍କ ମୃତ୍ୟୁ ହୋଇଥିବା ନେଇ ପୁଅ ଶାକ୍ୟ ପ୍ରତାପ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା । କିଛି ମାସ ତଳେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ସେ ବି କରୋନାରେ ସଂକ୍ରମିତ ହୋଇଥିଲେ ।

Get real time updates directly on you device, subscribe now.