fbpx

ୟୁପି ରାଜନୀତିରେ ପୁଣି ଥରେ ଏଣ୍ଟ୍ରି ମାରିବେ ପ୍ରଶାନ୍ତ କିଶୋର ? ଯୋଗୀଙ୍କ ଚିନ୍ତା ବଢାଇ ପାରନ୍ତି ରାଷ୍ଟ୍ର ମଞ୍ଚ ଓ ମମତା ବାନାର୍ଜୀ

Advertisement

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅନେକ ରାଜନୈତିକ ଦଳ ଦେଶର ସବୁଠୁ ବଡ ରାଜ୍ୟରେ ନିଜର ରାଜନୈତିକ ଅସ୍ଥିତ୍ଵ ଜାହିର କରିବାକୁ ଅଣ୍ଟା ଭିଡିଛନ୍ତି। ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଅଓ୍ଵେସୀ ପ୍ରଥମରୁ ହିଁ ୟୁପି ନିର୍ବାଚନରେ ୧୦୦ଟି ଆସନରେ ଲଢିବାକୁ ଘୋଷଣା କରି ସାରିଛନ୍ତି। ଅନେକ ଛୋଟ ମୋଟ ଆଞ୍ଚଳିକ ଦଳ ସମାଜବାଦ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢିବାକୁ ବିଚାର କରୁଛନ୍ତି। ଅନ୍ୟପଟେ ଏଥର ରାଷ୍ଟ୍ରୀୟ ମଞ୍ଚ ୟୁପି ରାଜନୀତି ରଣାଙ୍ଗନରେ ଓହ୍ଲାଇପାରେ। ଯଦି ଏମିତି ହୁଏ ତେବେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ଉତ୍ତର ପ୍ରଦେଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ସୂଚନାଯେଗାଗ୍ୟ, ଆମ ଆଦମୀ ପାର୍ଟି ମଧ୍ୟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରି ସାରିଛି। ହେଲେ ନଜର ରାଷ୍ଟ୍ର ମଞ୍ଚ ଉପରେ ସଭିଙ୍କ ରହିଛି, ଯିଏ ନିଜକୁ ତୃତୀୟ ବିକଳ୍ପର ମାନ୍ୟତା ଦେଉଛି। ଯଦି ମମତା ବାନାର୍ଜୀ ଓ ଶରଦ ପାଓ୍ଵାର ୟୁପିରେ ପାଦ ଦିଅନ୍ତି ତେବେ ପ୍ରଶାନ୍ତ କିଶୋରଙ୍କ ମଧ୍ୟ ଏଣ୍ଟ୍ରି ହୋଇପାରେ। ପିକେ ଓ ମମତାଙ୍କ ଉତ୍ତର ପ୍ରଦେଶ ରାଜନୀତିରେ ପ୍ରବେଶ କ୍ଷମତାସୀନ ବିଜେପିର ଚିନ୍ତା ବଢାଇପାରେ। କାରଣ ଏହି ଯୋଡି ନିକଟରେ ସଂପନ୍ନ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିକୁ ମାତ୍ ଦେଇଛନ୍ତି। ସେପଟେ ଗତ କିଛି ଦିନରେ ପିକେଙ୍କ ଶରଦ ପାଓ୍ଵାରଙ୍କ ଅନେକ ବୈଠକ ହୋଇ ସାରିଛି। ଉଭୟ ପରସ୍ପରର ଯୋଗାଯୋଗରେ ଅଛନ୍ତି।

ଉଲ୍ଲେଖନୀୟ ଏହା ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସି ୟୁପିରେ ଗୋଟିଏ ଆସନ ଜିତି ସାରିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜନୀତିରେ ଶାସକ ବିଜେପି ପାଇଁ ଅନେକ ଆହ୍ଵାନଭରା ପରିସ୍ଥିତି ରହିଛି। କରୋନାର ଦ୍ଵିତୀୟ ଲହରରେ ସରକାରଙ୍କ ଛବି ମଳିନ ପଡିଛି। ଏହାର ଫାଇଦା ଅନ୍ୟ ବିରୋଧୀ ଦଳ ଉଠାଇବାକୁ ଚେଷ୍ଟା କରି ପାରନ୍ତି।

ଉତ୍ତର ପ୍ରଦେଶରେ ରାଷ୍ଟ୍ର ମଞ୍ଚର ସ୍ଥିତିକୁ ନେଇ ବିଜେପି ନେତା ମଧ୍ୟ ଅଜଣା ନାହାନ୍ତି। ତେଣୁ ବିଜେପି ଏହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବିଜେପିର ତର୍କ ଏହା ଯେ, ଦଳ ଅବଶ୍ୟ ନିର୍ବାଚନ ହାରିଛି ହେଲେ ରାଜ୍ୟରେ ନିଜର ସ୍ଥିତି ପୂର୍ବାପେକ୍ଷା ଆହୁରି ମଜବୁତ ହୋଇଛି।

ସୂଚନାଯୋଗ୍ୟ, ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ରଣନୀତିଜ୍ଞ ରହି ସାଧାରଣ ନିର୍ବାଚନରେ ବିଜୟୀ କରାଇ ସାରିଛନ୍ତି। ସେ ଅନେକ ରାଜନୈତିକ ଦଳର ରଣନୀତି ପ୍ରସ୍ତୁତ କରି ବିଜୟର ସ୍ଵାଦ ଚଖାଇ ସାରିଛନ୍ତି। ତେଣୁ ଉତ୍ତର ପ୍ରଦେଶ ନିର୍ବାଚନରେ ଯଦି ରାଷ୍ଟ୍ରମଞ୍ଚ ଏଣ୍ଟ୍ରି କରେ ତେବେ ପିକେଙ୍କୁ ଭୂମିକାକୁ ବିଜେପି ୟେହ ଜ୍ଞାନ ମଣିବାର ଭୁଲ୍ କରିବ ନାହିଁ। କାରଣ ପିକେଙ୍କ ତୁଣୀର କେଉଁ ଚାଲ୍ ରହିଥାଏ ତାହା ରାଜନୈତିକ ଦଳଗୁଡିକୁ ବୁଝିବା କଷ୍ଟକର।

Get real time updates directly on you device, subscribe now.