fbpx
BSKY
BJD MC SKY
BJD MS SKY

ତାତିରୁ ମିଳିବ ଆଶ୍ୱସ୍ତି : କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ, ୨ଜିଲ୍ଲାକୁ ରେଡ ଓ ୬ ଜିଲ୍ଳାକୁ ଅରେଞ୍ଜ ଆଲର୍ଟ ଜାରି

ଥିରୁବନନ୍ତପୁରମ୍‌, : ପ୍ରଚଣ୍ଡ ଗ୍ରୀଷ୍ମ, ଟାଣ ଖରା ଓ ଗରମ ଗୁଳୁଗୁଳିରେ ଉତ୍ତର ଭାରତ ଏବେ ସଢ଼ୁଛି । ତେବେ କେରଳରୁ ଏକ ଭଲ ସଙ୍କେତ ଆସୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ଆଗକୁ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଏଥିରୁ ୨ଟି ଜିଲ୍ଲା ଲାଗି ରେଡ୍‌ ଆଲର୍ଟ ଜାରି କରାଯାଇଥିବାବେଳେ ଅନ୍ୟ ୬ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ଯୋଗୁଁ ବନ୍ଦର ସହର କୋଚ୍ଚିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ଭାବେ ଅନ୍ୟତ୍ୟ ସ୍ଥାନାନ୍ତରିତ କରିଛନ୍ତି । ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଲୋକଙ୍କୁ ପାର୍ବତ୍ୟାଞ୍ଚଳକୁ ଯିବା ବେଳେ ସର୍ତକତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ଷା ଆରମ୍ଭ ହୋଇଯାଇଥିବାରୁ ସରକାର, ପୋଲିସ ଓ ରେସ୍କ୍ୟୁ ଅଥରିଟିଙ୍କୁ ଆଲର୍ଟ କରାଯାଇଛି । କେରଳ ରାଜସ୍ୱ ମନ୍ତ୍ରୀ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି । ରାଜ୍ୟର ସବୁ ଡ୍ୟାମ୍‌ରେ ଜଳସ୍ତର ଭରପୁର ରହିଛି । ତେଣୁ ଏନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଇଡୁକି ଓ ଏରନାକୁଲ୍ଲମ୍‌ରେ ରେଡ୍‌ ଆଲର୍ଟ ଜାରି ରହିବ ବୋଲି ସେ କହିଛନ୍ତି । ଉଭୟ ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ୬ରୁ ୨୦ ସେ.ମି. ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିବ । କେରଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ୍‌ ୧ ବେଳକୁ ଆସିଥାଏ ଓ ପରେ ଦେଶର ବିଭିନ୍ନ ପ୍ରାନ୍ତରକୁ ଯାଇଥାଏ । ତେବେ ଚଳିତ ବର୍ଷ  ନିୟମିତ ସମୟର ୪ ଦିନ ପୂର୍ବରୁ ଅର୍ଥାତ୍‌ ୨୭ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ମୌସୁମୀ ଆଗମନ କାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଇଛି । ଉତ୍ତର ଓ ପଶ୍ଚିମ ଭାରତ ପ୍ରବଳ ଖରାରେ ଶିଝୁଥିବାବେଳେ ଉତ୍ତର- ପୂର୍ବ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ଆସାମ, ମେଘାଳୟ, ଅରୁଣାଚଳପ୍ରଦେଶରେରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.