fbpx

ସିଏନଜି ପରେ କେତେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ ? ଏଠାରେ ମିଳୁଛି ଶସ୍ତା ତେଲ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ତୈଳ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍ ୧୬ ମେ’ ପାଇଁ ପେଟ୍ରୋଲ-ଡିଜେଲର ନୂଆ ରେଟ୍ ଜାରି କରିଛନ୍ତି । ଆଜି ମିଶାଇ ଲଗାତାର ୪୦ ଦିନ ହେବ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି । ୨୨ ମାର୍ଚ୍ଚରୁ ୬ ଏପ୍ରିଲ ମଧ୍ୟରେ ପେଟ୍ରୋଲ-ଡିଜେଲ ଦରରେ ୧୦ ଟଙ୍କା ବୃଦ୍ଧି ହୋଇଥିଲା । କିନ୍ତୁ ୬ ଏପ୍ରିଲରୁ ଦାମ୍ ସ୍ଥିର ରହିଛି ।

ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି । ଦେଶର ପୋର୍ଟବ୍ଲେୟାରରେ ଏବେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳୁଛି । ସେଠାରେ ଲିଟର ପିଛା ପେଟ୍ରୋଲ ୯୧.୪୫ ଟଙ୍କା ଓ ଡିଜେଲ ୮୫.୮୩ ଟଙ୍କା ରହିଛି । ସେହିପରି ସବୁଠାରୁ ମହଙ୍ଗା ପେଟ୍ରୋଲ ରାଜସ୍ଥାନର ଗଙ୍ଗନଗରରେ ୧୨୨.୯୩ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୫.୩୪ ଟଙ୍କାରେ ମିଳୁଛି ।

– ଦିଲ୍ଲୀ ଲିଟର ପିଛା ପେଟ୍ରୋଲ ୧୦୫.୪୧ ଟଙ୍କା ଏବଂ ଡିଜେଲ ୯୬.୬୭ ଟଙ୍କା ।
– ମୁମ୍ବାଇ ଲିଟର ପିଛା ପେଟ୍ରୋଲ ୧୨୦.୫୧ ଟଙ୍କା ଏବଂ ଡିଜେଲ ୧୦୪.୭୭ ଟଙ୍କା ।
– ଚେନ୍ନାଇ ଲିଟର ପିଛା ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କା ।
– କୋଲକାତା ଲିଟର ପିଛା ପେଟ୍ରୋଲ ୧୧୫.୧୨ ଟଙ୍କା ଏବଂ ଡିଜେଲ ୯୯.୮୩ ଟଙ୍କା ।
– ନୋଏଡାରେ ଲିଟର ପିଛା ପେଟ୍ରୋଲ ୧୦୫.୪୭ ଟଙ୍କା ଏବଂ ଡିଜେଲ ୯୭.୦୩ ଟଙ୍କା ।
– ଲଖନଉରେ ଲିଟର ପିଛାପେଟ୍ରୋଲ ୧୦୫.୨୫ ଟଙ୍କା ଏବଂ ଡିଜେଲ ୯୬.୮୩ ଟଙ୍କା ।
– ପୋର୍ଟ ବ୍ଲେୟାରରେ ଲିଟର ପିଛା ପେଟ୍ରୋଲ ୯୧.୪୫ ଟଙ୍କା ଏବଂ ଡିଜେଲ ୮୫.୮୩ ଟଙ୍କା ।
– ପାଟନାରେ ଲିଟର ପିଛା ପେଟ୍ରୋଲ ୧୧୬.୨୩ ଟଙ୍କା ଏବଂ ଡିଜେଲ ୧୦୧.୦୬ ଟଙ୍କା ।
– ଗଙ୍ଗନଗର (ରାଜସ୍ଥାନ) ରେ ଲିଟର ପିଛା ପେଟ୍ରୋଲ ୧୨୨.୯୩ ଟଙ୍କା ଏବଂ ଡିଜେଲ ୧୦୫.୩୪ ଟଙ୍କା ।

ତେବେ ରବିବାର ଦିନ ସିଏନଜି ଦାମ୍ ପୁଣିଥରେ ବଢ଼ିଯାଇଛି । ଦିଲ୍ଲୀ-ଏନସିଆରରେ କିଲୋଗ୍ରାମ ପିଛା ସିଏନଜି ୨ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ସିଏନଜି କିଲୋଗ୍ରାମ ପିଛା ୭୧.୬୧ଟଙ୍କା, ମୁମ୍ବାଇରେ ୭୬ ଟଙ୍କା ହୋଇଛି ।

Get real time updates directly on you device, subscribe now.