fbpx

ପ୍ରେମ ସପ୍ତାହ ପୁର୍ବରୁ ଅଘଟଣ: ଯୁବତୀଙ୍କୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ନିସ୍ତୁକ ପିଟି ପରିସ୍ରା ପିଆଇଲେ ଲୋକେ

Advertisement

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ ଭେଟିବାକୁ ଯାଇଥିବା ଏକ ଯୁବକଙ୍କ ନିସ୍ତୁକ ମାଡ଼ ମାରି ପରିଶ୍ରା ପିଆଇଛନ୍ତି ଗାଁ ଲୋକେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜସ୍ଥାନର ଜାଲୋର ଜିଲ୍ଲାରେ । ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ୬ଜଣଙ୍କୁ ଗିରଫ କରିଛି । ଏହା ସହିତ ସେମାନଙ୍କ ନାଁରେ ପୋସ୍କୋ ଆଇନ୍ ଉଲଂଘନ ଅଭିଯୋଗରେ ଏକ ମାମଲା ରୁଜୁ କରିଛି ।

ପୋଲିସର ସୂଚନାନୁସାରେ, ପୀଡିତ ଜଣକ ରବିବାର ରାତିରେ ନିକଟ ଗ୍ରାମରେ ଜଣେ ଯୁବତିଙ୍କୁ ଭେଟିବାକୁ ଆସିଥିଲେ । ଗ୍ରାମବାସୀ ଏବଂ ଯୁବତିଙ୍କ ପରିବାର ସଦସ୍ୟ ତାଙ୍କୁ ଗଛରେ ବାନ୍ଧି ରଖିବା ପରେ ତାଙ୍କୁ ଅତି ନିର୍ମମ ଭାବେ ପିଟାପିଟି କରିଥିଲେ ।

ଘଟଣା ବିଷୟରେ ଖବର ପାଇ ପିଡ଼ିତ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଯୁବକଙ୍କୁ ମୁକୁଳାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ବାନ୍ଧୀ ରଖିଥିବା ଲୋକମାନେ ସେମାନଙ୍କ କଥା ଶୂନି ନଥିଲେ । ଏହାପରେ ସେମାନେ ଯୁବକଙ୍କୁ ପରିଶ୍ରା ପିଆଇବା ପରେ ଚେତାବନୀ ଦେଇ ଛାଡ଼ି ଦେଇଥିବା ଯୁବକଙ୍କ ପରିବାର ଲୋକେ କହିଛନ୍ତି ।

ଏହି ଭିଡିଓଟି ମଙ୍ଗଳବାର ଭାଇରାଲ ହେବା ପରେ ମଧ୍ୟ କୋଣସି ଏଫ୍‌ଆଇଆର ରୁଜୁ ହୋଇ ନଥିଲା । ଏହାପରେ ଜିଲ୍ଲା ଏସ୍‌ପି ହର୍ଷବର୍ଦ୍ଦନ ଅଗ୍ରବାଲ୍ ପିଡିତଙ୍କୁ ଚିହ୍ନଟ କରି ତାଙ୍କ ସହ ଯୋଗେଯାଗ କରି ମାମଲା ରୁଜୁ କରିବାକୁ କହିଥିଲେ । ଏବଂ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୬ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଯୁବକ ଜଣକ ଭେଟିବାକୁ ଯାଇଥିବା ଯୁବତି ଜଣକ ମଧ୍ୟ ପୋସ୍କୋ ଆଇନ୍ ଅନୁଯାୟୀ ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.