fbpx

କରୋନା ବୃଦ୍ଧି ନେଇ ବୈଜ୍ଞାନିକଙ୍କ ଭବିଷ୍ୟବାଣୀ! ମେ’ ମଧ୍ୟଭାଗରେ ଦୈନିକ ୩୮-୪୮ ଲକ୍ଷ ପଜିଟିଭ୍ କେସ୍

ନୂଆଦିଲ୍ଲୀ,୨୬ ।୪: ସାରା ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ତିନି ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏକ କୋଟି ୭୩ ଲକ୍ଷ ୧୩ ହଜାର ୧୬୩ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୯୯୧ ଜଣ ନୂଆ ପଜିଟିଭ୍ ହୋଇଥିବା ବେଳେ ୨୮୧୨ ଜଣଙ୍କର ମୃତ୍ୟୁ ଘଟିଛି ।

ଏଥି ସହିତ ଏକ ରିପୋର୍ଟରେ କୁହାଯାଇଛି ଯେ, ୨-୩ ସପ୍ତାହ ପର୍ଯ୍ୟନ୍ତ କରୋନା ସଂକ୍ରମଣ ହ୍ରାସ ପାଇବାର କୌଣସି ସଙ୍କେତ ମିଳିନାହିଁ । ଆଇଆଇଟିର ବୈଜ୍ଞାନିକମାନେ ପୁଣିଥରେ ଏକ ଗାଣିତିକ ମଡେଲ ମାଧ୍ୟମରେ ଦେଶରେ ମହାମାରୀର ସମୟ ଏବଂ ବୃଦ୍ଧିର ଭବିଷ୍ୟବାଣୀ କରିଛନ୍ତି ।

ରିପୋର୍ଟ ମୁତାବକ ମେ ୧୪-୧୮ ମେ ମଧ୍ୟରେ ଦେଶରେ ସକ୍ରିୟ ମାମଲା ୩୮-୪୮ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ । ଆସନ୍ତା ୧୦ ଦିନ ମଧ୍ୟରେ ଦୈନିକ ୪.୪ ଲକ୍ଷରେ ପହଞ୍ଚିପାରେ । ରିପୋର୍ଟ ଅନୁଯାୟୀ ଆଇଆଇଟି-କାନପୁରର ମଣିନ୍ଦ୍ର ଅଗ୍ରୱାଲ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.