fbpx

ଗର୍ଭବତୀ ଅଛନ୍ତି, ଉପନିଷଦ ପଢୁଛନ୍ତି ଅଲି ଫଜଲଙ୍କ ସ୍ତ୍ରୀ, ଋଚା ଚଡ୍‌ଢା ବେବି ବମ୍ପଙ୍କ ସହ ସେୟାର କଲେ ପ୍ରାଇଭେଟ ଫଟୋ

ନୂଆଦିଲ୍ଲୀ: ‘ହୀରାମଣ୍ଡି’ ଏକ୍ଟ୍ରେସ ଋଚା ଚଡ୍‌ଢା ଖୁବଶ୍ରୀଘ୍ର ଗୁଡ ନ୍ୟୁଜ ଦେବାକୁ ଯାଉଛନ୍ତି । ସେ ଗର୍ଭବତୀର ଶେଷ ମାସରେ ଏବେ ଅଛନ୍ତି । ନିଜ ଛୁଆକୁ ନେଇ ସେ ଚାତକ ଭଳି ଚାହିଁ ରହିଛନ୍ତି । ତାହାସହ ଋଚାଙ୍କ ସ୍ୱାମୀ ମଧ୍ୟ ତାଙ୍କ ଆସୁଥିବା ନବଜାତକ ଛୁଆକୁ ନେଇ ବେଶ ଖୁସି ଅଛନ୍ତି । ଋଚାଙ୍କୁ ନିଜର ପ୍ରେଗନେନ୍ସିକୁ ନେଇ କିଛି ଅସୁବିଧା ଥିବା ସତ୍ତ୍ୱେ ସେ ନିଜ ଛୁଆ ଜନ୍ମ କରିବାକୁ ନେଇ ଅତ୍ୟଧିକ ଖୁସି ନଜର ଆସୁଥିବା ଦେଖିବାକୁ ମିଳିଛି ।

ଋଚା ଏବେ ଉପନିଷଦ ପଢୁଛନ୍ତି । ପତି ଅଲି ଫଜଲଙ୍କ ସହ ସେ କେତେକ ପ୍ରାଇଭେଟ ଫେଟା ସେୟାର କରିଛନ୍ତି । ତାହାସହ ସେ ଏକ ଭାବବିହ୍ୱଳ ନୋଟ ମଧ୍ୟ ଲେଖିଛନ୍ତି । କହିରଖୁ, ଋଚା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି । ମମ୍ମି ହେବା ପୂର୍ବରୁ ସେ ପତି ଅଲି ଫଜଲଙ୍କ ସହ ନିଜ ବେବି ବମ୍ପର ଫଟୋ ସେୟାର କରିଛନ୍ତି । ସେ ଏହାକୁ କାହିଁକି ସେୟାର କରିଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ, ପବିତ୍ର ପ୍ରେମ ସଂସାରରେ ପ୍ରକାଶର କିରଣ ଆସିବାକୁ ସେ ଅପେକ୍ଷାରତ । ଧନ୍ୟବାଦ ଅଲି ତମେ ମତେ ଏହି ସୁନ୍ଦର ଯାତ୍ରାରେ ସାହାଯ୍ୟ କରିଥିବାରୁ ବୋଲି ମଧ୍ୟ ଋଚା କହିଛନ୍ତି । ସେ ତାହାସହ ବୃହଦାରଣ୍ୟକ ଉପନିଷଦର ଏକ ଶ୍ଲୋକକୁ ମଧ୍ୟ ଏହି ପୋଷ୍ଟରେ ସେୟାର କରିଛନ୍ତି । ପ୍ରକାଶଥାଉ ଯେ ଅଲି ଓ ଋଚା ୨୦୨୨ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Get real time updates directly on you device, subscribe now.