fbpx

ଏହି ସ୍ଥାନରୁ ମିଳିଲା ୧ ଲକ୍ଷ ବର୍ଷ ତଳର ଚିତ୍ରପଟ

ନୂଆଦିଲ୍ଲୀ: ପ୍ରତ୍ନତତ୍ତ୍ୱ ବିଭାଗକୁ ମିଳିଛି ୧ ଲକ୍ଷ ବର୍ଷ ତଳର ଚିତ୍ରପଟ । ହରିଆଣାର ଏକ ଗୁମ୍ଫାରେ ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଛି ଏହି ଚିତ୍ର । ମଙ୍ଗର ବାନି ଜଙ୍ଗଲରେ ରହିଥିବା ଗୁମ୍ଫାରେ ଅନୁସନ୍ଧାନ ସମୟରେ ଏହି ଚିତ୍ରପଟ ଦେଖିବାକୁ ମିଳିଥିଲା । କାର୍ବନ ଡେଟିଂରୁ ଏହା ଅନ୍ୟୁନ ୧ ଲକ୍ଷ ବର୍ଷ ପୁରୁଣା ବୋଲି କୁହାଯାଉଛି । ସେହିପରି ଖନନ ସ୍ଥଳରୁ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଅନ୍ୟୁନ ୧୫ ହଜାର ବର୍ଷ ପୁରୁଣା ମନେ ହେଉଛି । ଏହି ସାମଗ୍ରୀ ଗୁଡିକ ୮ମ ଓ ୯ମ ଶତାବ୍ଦୀର ବୋଲି ପ୍ରତ୍ନତତ୍ତ୍ୱବିତ ବନାନୀ ଭଟ୍ଟାଚାର୍ଯ୍ୟ ପ୍ରକାଶ କରିଛନ୍ତି ।

ଏହି ସ୍ଥାନକୁ ପୂର୍ବରୁ ସୁରକ୍ଷା ମିଳିନଥିବା ବେଳେ ବର୍ତ୍ତମାନ ଏହାକୁ ସରକାରୀ ସୁରକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟୁ ଶାସନ ସଚିବ ଅଶୋକ ଖେମକା କହିଛନ୍ତି । ଏହା ସହିତ ଅଧିକ ସୂଚନା ପାଇଁ ଆହୁରି ଖନନ ମଧ୍ୟ ଜାରି ରହିବ । ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ସ୍ଥାନରେ ଆହୁରି ଅନେକ ପ୍ରସ୍ତର କଳା ମହଜୁଦ ଥିବା ନେଇ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.