fbpx

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପୁରୀ ଶରଧାବାଲିରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ୬ ଶହରୁ ଅଧିକ ସାଧୁସନ୍ଥ ଯୋଗ ଦେଇଛନ୍ତି ।

ଆଜି ସକାଳ ସାଢ଼େ ଦଶଟା ସମୟରେ ରାଷ୍ଟ୍ରପତି ପୁରୀ ରାଜଭବନରୁ ବାହାରି ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିଥିଲେ । ମଠ ଆରାଧ୍ୟ ଦେବତାଙ୍କୁ ଆଳତି ଓ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ପରେ ରାଷ୍ଟ୍ରପତି ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ଉଦବୋଧନ ଦେଇଥିଲେ । ଦିନ ୧୨ଟା ୧୫ରେ ରାଷ୍ଟ୍ରପତି ହେଲିପ୍ୟାଡ୍ ଅଭିମୁଖେ ବାହାରିବେ ଓ ୧୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁେ ସ ୧୨ଟା ୫୫ରେ ଏକ ସ୍ୱତନ୍ତ୍ର ବିମାନରେ ବିଶାଖାପାଟଣା ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.