ରାଜ୍ୟରେ ହେବ Premarital counseling center: ବିବାହ ପୂର୍ବରୁ ମହିଳାମାନଙ୍କୁ ଦିଆଯିବ ତାଲିମ

ଭୁବନେଶ୍ୱର: ଓଡ଼ିଶାରେ ଯୁବପିଢ଼ିଙ୍କ ମଧ୍ୟରେ ଛାଡପତ୍ର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନିଆରା ପ୍ରୟାସ ଗ୍ରହଣ କରିଛନ୍ତି । Premarital counseling center ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କହିବା ମୁତାବକ, ଓଡ଼ିଶାରେ ଆରମ୍ଭ ହେଵ Premarital counseling center। ବିବାହ ପୂର୍ବରୁ ମହିଳା ମାନଙ୍କୁ ବିବାହ ବିଷୟରେ ବିଭିନ୍ନ ସଚେତନତା ପ୍ରଶିକ୍ଷଣ ଦିଆଯିବ। ଏହା ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟ କରିବ। ଏହା ଦ୍ଵାରା ଛାଡପତ୍ର ମାମଲା କମିବାର ସମ୍ଭାବନା ରହିଛି ।