fbpx

ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ଉଠେନେଲା, ବର୍ଷେ ପରେ ଘରେ ଛାଡିଦେଲା: ପ୍ରତାରିକ ପ୍ରେମିକକୁ ବାନ୍ଧିଲା ପୋଲିସ

Advertisement

ଭଞ୍ଜନଗର, (ଭାସ୍କର ନ୍ୟୁଜ୍‌): ବିବାହର ପ୍ରତିଶୃତି ଦେଇ  ନାବାଳିକାକୁ ଉଠେନେଲା। ବର୍ଷେ ପରେ ଛାଡିଦେଲା । ମାତ୍ର ୧୪ ବର୍ଷ ବୟସ୍କା ଜନୈକା ନାବାଳିକାକୁ ମିଠା ମିଠା କଥା କହି ନିଜର ପ୍ରେମ ଜାଲରେ ଫସାଇ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ନେଇ ଫେରାର ହୋଇଯାଇଥିଲା ପ୍ରେମିକ । ପ୍ରାୟ ୬/୭ ମାସ ପର୍ଯ୍ୟନ୍ତ ପ୍ରତାରକ ପ୍ରେମିକ ଉକ୍ତ ନାବାଳିକାକୁ ନିଜ ପାଖରେ ଭୁବନେଶ୍ୱରରେ ରଖି ପରେ ତାକୁ ଘରେ ଛାଡ଼ି ଦେଇଥିଲା । କିଛି ଦିନ ପରେ ପୁଣି ତାକୁ ସାଙ୍ଗରେ ନେଲା ସତ ମାତ୍ର ବିବାହ କରିବାକୁ ରୋକଠୋକ୍‌ ମନା କରିଦେଲା । ବିଚାରୀ ନାବାଳିକା ଜଣକ ଶେଷରେ ଗାଁକୁ ଆସି ପ୍ରତାରକ ପ୍ରେମିକ କେ. ସରୋଜ ପାତ୍ର ନାମରେ  ଗତ ୨୧ତାରିଖରେ ଥାନାରେ ଏକ ଏତାଲା ଦେଇଛି । ଘଟଣାଟି ଗଂଜାମ ଜିଲ୍ଲା ତାରାସିଂ ଥାନା ଅଞ୍ଚଳର ହୋଇଥିଲାବେଳେ ପୋଲିସ ୩୪୫/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ,ଏତଲା ଅଧାରରେ ସଂପୃକ୍ତ ପ୍ରେମିକ କେ. ସରୋଜ ପାତ୍ର କୁ ଥାନାରେ ଅଟକ ରଖିଛି ।

Get real time updates directly on you device, subscribe now.