fbpx

ଏଣିକି ସୋସିଆଲ୍ ମିଡିଆ କମ୍ପାନୀ ଉପରେ ଲାଗିବ ଲଗାମ, ତଥ୍ୟ ଲିକ୍ ହେଲେ ଦେବାକୁ ହେବ ୧୫ କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ତଥ୍ୟ ଲିକ୍ ମାମଲାରେ ସୋସିଆଲ୍ ମିଡିଆ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ଗୁରୁବାର ଦିନ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ଉପରେ ସଂସଦୀୟ କମିଟିର ରିପୋର୍ଟ ରାଜ୍ୟସଭା ଓ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଡାଟା ଲିକ୍ ରୋକିବା ପାଇଁ ସଂସଦୀୟ କମିଟି ଆଇନରେ ଅନେକ ବ୍ୟବସ୍ଥା କରିବାକୁ ସୁପାରିଶ କରିଛନ୍ତି । ଏହା ଅଧୀନରେ କୁହାଯାଇଛି ଯେ, ଯଦି ଡାଟା ଉଲ୍ଲଂଘନ ହୁଏ, ଅର୍ଥାତ୍ ଯଦି ତଥ୍ୟ ଲିକ୍ ହୁଏ ତେବେ କମ୍ପାନୀଗୁଡିକ ଉପରେ ୧୫ କୋଟି ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଲାଗୁ କରାଯିବ। ଅନ୍ୟଥା ଜୋରିମାନା ଆକାରରେ କାରବାରରୁ ୪% ଆଦାୟ କରାଯିବ । ଛୋଟ ଉଲ୍ଲଂଘନ ପାଇଁ କମ୍ପାନୀଗୁଡିକ ୫ କୋଟି ଟଙ୍କା କିମ୍ବା ବିଶ୍ୱ କାରବାରର ୨ ପ୍ରତିଶତ ଦେବାକୁ ପଡିବ ।

ଯଦି ସରକାର ଏହି ପ୍ରାବଧାନ ସବୁକୁ ସରକାର ଆଇନ ରେ ସାମିଲ କରନ୍ତି ତେବେ ଫେସବୁକ୍, ଇନଷ୍ଟାଗ୍ରାମ, ଗୁଗୁଲ ଓ ଆମାଜନ୍ ଭଳି କମ୍ପାନୀ ଗୁଡ଼ିକୁ ଭାରତରେ ଡାଟାକୁ ନେଇ ସତର୍କତା ଅବଲମ୍ବନ କରିବେ । ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ୨୦୧୯ର ସବୁ ନିୟମ ରହିବା ସହିତ କିଛି ମାତ୍ରାରେ ଏହାକୁ ସଂଶୋଧନ କରାଯାଇଛି । ଏହାସହିତ ୟୁରୋପିୟନ୍ ୟୁନିଅନ୍ ଜେନେରାଲ୍ ଡାଟା ପ୍ରୋଟେକ୍ସନ୍ ରେଗୁଲେସନ୍ ଆଧାରରେ ଏହାତୁ ତିଆରି କରାଯାଇଛି ।

ଡାଟା ଲିକ୍ କୁ ନେଇ କମ୍ପାନୀକୁ ଉଲଂଘନ ସମ୍ପର୍କରେ ୭୨ ଘଣ୍ଟା ଭିତରେ କହିବାକୁ ହେବ । ଡାଟା ପ୍ରୋଟେକସନ ଅଥରିଟି (ଊଚଇ) ତା’ପରେ ବ୍ୟକ୍ତିଗତ ତଥ୍ୟ ଭଙ୍ଗର ଗମ୍ଭୀରତା ଏବଂ ତଥ୍ୟ ଲିକ୍ ହୋଇଥିବା ବ୍ୟକ୍ତିଙ୍କ କ୍ଷତିର ଧ୍ୟାନ ରଖିବେ । ଯଦି କୌଣସି କମ୍ପାନୀ ବ୍ୟକ୍ତିଗତ ତଥ୍ୟ କିମ୍ବା ଶିଶୁଙ୍କ ତଥ୍ୟ ପ୍ରକ୍ରିୟାକରଣର ନିୟମକୁ ଉଲ୍ଲଂଘନ କରେ କିମ୍ବା ନିର୍ଦ୍ଦିଷ୍ଟ ନିୟମ ବିରୁଦ୍ଧରେ ଭାରତ ବାହାରେ ତଥ୍ୟ ସ୍ଥାନାନ୍ତର କରେ, ତେବେ ପୂର୍ବ ଆର୍ଥିକ ବର୍ଷର ବିଶ୍ୱବ୍ୟାପୀ କାରବାରର ୧୫ କୋଟି ଟଙ୍କା କିମ୍ବା ୪ ପ୍ରତିଶତ ପର୍ଯ୍ୟନ୍ତ ଜୋରିମାନା ଲଗାଯିବ ।

Get real time updates directly on you device, subscribe now.