fbpx

୨୦୨୪ ସାଧାରଣ ନିର୍ବାଚନ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ ବିଜେପି, ୧୩ ଏବଂ ୧୪ରେ ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ରୋଡ୍ ମ୍ୟାପ୍ ପ୍ରସ୍ତୁତି ପାଇଁ ୧୩ ଏବଂ ୧୪ ତାରିଖରେ ବିଜେପି ପକ୍ଷରୁ ବସିବ ଗୁରୁତ୍ୱପୁର୍ଣ୍ଣ ବୈଠକ । କୋର କମିଟିଠାରୁ ଆରମ୍ଭ କରି ଜିଲ୍ଲା ସଭାପତି ଓ ପ୍ରଭାରୀ ଏବଂ ସମସ୍ତ ପଦାଧିକାରି ଏଥିରେ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା ହେବ ।

ରାଜ୍ୟରେ ଆଗକୁ ବିଜେପିର ଦିଶା ନିର୍ଦ୍ଧାରଣ ପାଇଁ ଏହା ଏକ ଜରୁରୀ ବୈଠକ ଅଟେ । ଏଥିରେ ରାଷ୍ଟ୍ରୀୟ ସଙ୍ଗଠନ ଏବଂ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ବ୍ରଜରାଜନଗର ଉପ-ନିର୍ବାଚନ ସାଙ୍ଗକୁ ୨୦୨୪ ନିର୍ବାଚନ ପର୍ୟ୍ୟନ୍ତ ରୋଡ଼ ମ୍ୟାପର ପ୍ରସ୍ତୁତିର ପ୍ରକ୍ରିୟାର ଆରମ୍ଭ ହୋଇଯାଇଛି ।

ତେବେ ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ବିଜେପି। ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁଙ୍କ ପରି ତାରକା ପ୍ରଚାରକ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଆବଶ୍ୟକ ପଡ଼ିଲେ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ମଇଦାକୁ ଆସିବେ ବୋଲି କହିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ଗତକାଲି ସୂଚାନ ଦେଇଛନ୍ତି ।

Get real time updates directly on you device, subscribe now.