fbpx

ବରିଷ୍ଠ ସାମ୍ବାଦିକ ରୋହିତ ସରଦାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୩୦ ।୪ (ଓଡ଼ିଶା ଭାସ୍କର) : ବରିଷ୍ଠ ସାମ୍ବାଦିକ ତଥା ଉପସ୍ଥାପକ ରୋହିତ ସରଦାନଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ୱିଟ୍ କରି ଲେଖିଛନ୍ତି କି, ‘ରୋହିତ ସରଦାନ୍ ଆମକୁ ବହୁତ ଶୀଘ୍ର ଛାଡି ଚାଲିଗଲେ । ଭାରତର ପ୍ରଗତି ପାଇଁ ସେ ଚିନ୍ତା କରୁଥିବା ଜଣେ ଭଲ ମଣିଷ ଥିଲେ । ରୋହିତଙ୍କୁ ବହୁ ଲୋକଙ୍କ ଦ୍ୱାରା ମନେ ପକାଯିବ । ରୋହିତଙ୍କ ଦେହାନ୍ତ ଗଣମାଧ୍ୟମ ଜଗତରେ ପାଇଁ ଏକ ଖାଲି ସ୍ଥାନ ଛାଡ ଦେଇଗଲେ । ତାଙ୍କ ପରିଜନମାନଙ୍କୁ ପ୍ରତୀ ମୋର ସମବେଦନା ଜଣାଉଛି ଓଁ ଶାନ୍ତି ।’

ସେପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରୋହିତଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ଟ୍ୱଟିରେ କହିଛନ୍ତି ଯେ ‘ବରିଷ୍ଠ ପତ୍ରକାର ରୋହିତ ନିଧନ ଅତ୍ୟନ୍ତ କଷ୍ଟ ଦାୟକ । ତାଙ୍କର ଏମିତି ଅସମୟରେ ଦେହାନ୍ତ ହୋଇଯିବା ଗଣମାଧ୍ୟମ ଜଗତରେ ଏକ ବଡ କ୍ଷତି । ତାଙ୍କ ପରିବାର ଲୋକଙ୍କୁ ମୋର ଶୋକ ସମ୍ବେଦନା ।’

ସେହିଭଳି ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ରାଜସ୍ଥାନ ସାଂସଦ ସୁଭାଷ ଚନ୍ଦ୍ରା ଏବଂ ଭରତୀୟ ପୂର୍ବ କ୍ରିକେଟର ବୀରେନ୍ଦ୍ର ସେୱାଗ ରୋହିତ ସରଦାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ ଆଜି କରୋନାରେ ଜାତୀୟ ଗଣମାଧ୍ୟମ ଆଜତକ୍ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକ ରୋହିତ୍ ସରଦାନ୍ ଙ୍କ ମୃତ୍ୟୁ ହୋଇଯାଇଛି । ସୁଚନା ରହିଥିଲା କି ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ହୃଦଘାତ ହେବା ଯୋଗୁ ମୃତ୍ୟୁ ଘଟିଛି । ତେବେ ତାଙ୍କ ମୃତ୍ୟୁ ପରେ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.